Only for Entertainment

ଚର୍ଚ୍ଚିତ ନାୟିକା ଆଖ୍ୟା ପାଇଲା ପରେ ଭୂମିକା ସାଜିଲେ ପାରୋ !

facebook
0 58

ଓଲିଉଡର ଚର୍ଚ୍ଚିତ ନାୟିକାଭାବେ ଆଖ୍ୟା ପାଇଛନ୍ତି ଅଭିନେତ୍ରୀ ଭୂମିକା ଦାଶ । ନିଜ ସିମ୍ପଲ୍ ଲୁକ ଓ ଦମଦାର୍ ଅଭିନୟରେ ଓଡିଆ ଦର୍ଶକଙ୍କ ମନ ଜିତି ପାରିଥିବା ଭୂମିକାଙ୍କୁ ମିଳିଛି ଏକ ଭିନ୍ନ ଅନ୍ଦାଜର ଭୂମିକା ।

bhumikaକ୍ଲାସିକ କାହାଣୀ ଦେବଦାସକୁ ନେଇ ଓଲିଉଡର ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ନାୟକର ନାଁ ଦେବଦାସରେ ପାରୋ କିଏ ହେବ ତାହା ନେଇ କିଛି ଦିନ ଧରି ଚାଲିଥିଲା ନାୟିକାର ସନ୍ଧାନ । ଶେଷରେ ଫିଲ୍ମ ମେକରଙ୍କୁ ତାଙ୍କ ସିନେମା ପାଇଁ ପାରୋ ମିଳି ଯାଇଛି । ଆଉ ସେ ହେଉଛନ୍ତି ତୁ ମୋ ଲଭ ଷ୍ଟୋରୀ ଫେମ ଭୂମିକା । ଭୂମିକା ପରଦାରେ ତୁଲାଇବେ ପାରୋ ଚରିତ୍ର । ଆଉ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ଭୂମିକା ।

ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ଅଭିନୟର ଯାତ୍ର୍ରା ଆରମ୍ଭ କରିଥିବା ଅଭିନେତ୍ରୀ ଭୂମିକା, ଚଳଚ୍ଚିତ୍ର ତୁ ମୋ ଲଭ୍ଷ୍ଟୋରୀ ଜରିଆରେ ନାୟିକା ଭାବେ ପରଦାରେ ଆସିଥିଲେ ନଜର । ନିଜ ପ୍ରଥମ ଫିଲ୍ମରେ ବି ଦର୍ଶକଙ୍କ ମନକୁ ଜିଣିବାରେ ସଫଳ ହୋଇଥିଲେ ଭୂମିକା । ନିଜ କ୍ୟୁଟ୍ ଲୁକ୍ ଓ ଆକର୍ଷଣୀୟ ଅଭିନୟ ପାଇଁ ରାତାରାତି ଓଲିଉଡରେ ଲୋକପ୍ରିୟ ହୋଇ ଯାଇଥିଲେ ଭୂମିକା ।

bhumika dash

ଏହାପରେ ବାବୁଶାନଙ୍କ ବିପକ୍ଷରେ ନାୟିକା ହୋଇ ହିରୋ ନମ୍ବର ୱାନ ଚଳଚ୍ଚିତ୍ରରେ ଭୂମିକା ଦେଖାଇଥିଲେ ନିଜର ଜଲୱା । ଆଉ ଏବେ ନାୟକର ନାଁ ଦେବଦାସ ସିନେମାରେ ପାରୋ ଚରିତ୍ରରେ ଦେଖାଇବେ ନିଜର ଜଲୱା । ଫିଲ୍ମରେ ନାୟକ ଭୂମିକାରେ ନଜର ଆସିବେ ଅସିତ । ସେହିପରି ଦମଦାର ଚନ୍ଦ୍ରମୂଖୀ ଚରିତ୍ରକୁ ପରଦାରେ ତୁଲାଇବେ ଅଭିନେତ୍ରୀ ଅନୁ ଚୌଧୁରୀ । ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More