Only for Entertainment

ଜନ୍ମଦିନରେ କ୍ୟାଣ୍ଡେଲ ଲିଭାଇ କେକ କାଟିବାକୁ ବିରୋଧ କରି ଟ୍ୱିଟ କରିଛନ୍ତି ବିଗ ବି ଅମିତାଭ ବଚ୍ଚନ । ଜାଣନ୍ତୁ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ।

dailyhunt
0 47

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭଳି କେତେକ ଆକ୍ଟର ଅଛନ୍ତି ଯେଉଁମାନେ ହିନ୍ଦୀ କହିବାକୁ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଜଣେ । ନିକଟରେ ବିଗ ବି ଜନ୍ମଦିନରେ କ୍ୟାଣ୍ଡେଲ ଲିଭାଇ କେକ କାଟିବାକୁ ବିରୋଧ କରି ଟ୍ୱିଟ କରିଛନ୍ତି । ଏହାକୁ ସେ ଇଂରେଜଙ୍କ ଗୋଲାମି ବୋଲି କହିଛନ୍ତି ।

White white baby !!

A post shared by Amitabh Bachchan (@amitabhbachchan) on

ବିଗ ବି ଲେଖିଛନ୍ତିଯେ ଇଂରେଜ ମାନେ ଚାଲିଗଲେ କିନ୍ତୁ ପ୍ରଥା ଛାଡ଼ିଗଲେ । ଆମେ ଏବେ ମଧ୍ୟ ସେମାନଙ୍କ ଗୋଲାମ ହୋଇ ରହିଗଲୁ । ଏହି କେକ,କ୍ୟାଣ୍ଡେଲକୁ ଲିଭାଇବାର ପ୍ରଥା କାହିଁକି?ଆମ ସଭ୍ୟତାରେ ଦ୍ୱୀପ ପ୍ରଜ୍ୱଳନ କରନ୍ତି । ସେମାନେ ଏହାକୁ ଲିଭାଇ କରିବାକୁ ଚାହାଁନ୍ତି । ଏହି ଗୀତ କାହିଁକି?ସମସ୍ତେ ଗାଆନ୍ତୁ ବର୍ଷ ନବ ହର୍ଷ ନବ ।


ଆଜିକାଲିର ପରମ୍ପରାକୁ ଆଖି ସାମ୍ନାରେ ରଖି ବିଗବି ଏହିଭଳି ଟ୍ୱିଟ କରିଛନ୍ତି । ତାଙ୍କର ଏହି ଟ୍ୱିଟରେ ସମସ୍ତଙ୍କ ଧ୍ୟାନ ତାଙ୍କପ୍ରତି ଆକର୍ଷିତ ହୋଇଯାଇଛି । ଅଧିକାଂଶ ଲୋକ ତାଙ୍କୁ ସମର୍ଥନ କରିଛନ୍ତି । ତେବେ ପୁଣିଥରେ ଆମ ସଭ୍ୟତାକୁ ମନେ ପକାଇବାକୁ ଅମିତାଭ ଏଭଳି କରିଛନ୍ତି । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ଚଳିତ ଦିନ ଗୁଡ଼ିକରେ ସେ ତାଙ୍କ ଫଟୋ ଏବଂ କବିତା ସେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More