Only for Entertainment

ବିଗ୍‌ବସ୍‌-୧୨ରେ ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି ଏଇ ଯୋଡ଼ି

0 60

ବର୍ଷ ଶେଷ ଆଡ଼କୁ ଆରମ୍ଭ ହେବ ଲୋକପ୍ରିୟ ଶୋ’ ବିଗ୍‌ବସ୍‌-୧୨। ରିପୋର୍ଟ ମୁତାବକ ପ୍ରତିଯୋଗୀମାନେ ଏଥର ଜଣେ ଜଣେ ନୁହେଁ  ବରଂ ଯୋଡ଼ି ଭାବେ ଅଂଶ ଗ୍ରହଣ କରିବେ। ଖବର ମୁତାବକ ଟିଭିର ଅନେକ ଯୋଡ଼ିଙ୍କୁ ଏହି ଶୋ’ର ଅଫର୍‌ ଦିଆଯାଇଛି। ତେବେ ଚାଲନ୍ତୁ ଜାଣିବା ସେମାନେ କିଏ।

କରଣ ପଟେଲ୍‌ ଓ ଅଙ୍କିତା ଭାର୍ଗବ: ଏହି ଶୋ’କୁ କରଣ ଓ ଅଙ୍କିତାଙ୍କୁ ଅଫର୍‌ କରାଯାଇଛି। ଏବେ କରଣ ‘ୟେ ହୈ ମହୋବତୈ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏମିତିରେ ସେ ଏହି ପ୍ରସ୍ତାବ ଗ୍ରହଣ କରିବେ ନା ନାହିଁ, କିଛି ସ୍ପଷ୍ଟ ହୋଇନି।

ଶୋଏବ୍‌ ଇବ୍ରାହିମ୍‌ ଓ ଦୀପିକା:  ଏହି ସିଜନ୍‌ ପାଇଁ ଦୀପିକା ଓ ଶୋଏବ୍‌ଙ୍କୁ ଅଫର୍‌ କରାଯାଇଛି। କିନ୍ତୁ ଶୋଏବ୍‌ ଏହାକୁ ଗୁଜବ ବୋଲି କହୁଛନ୍ତି। ତାଙ୍କର କହିବା ଅନୁସାରେ ସେ କେବେବି ଏହି ଶୋ’ କରିବାକୁ ଚାହିଁବେନି।

ସିଦ୍ଧାର୍ଥ ସାଗର ଓ ସୁବୁହୀ ଯୋଶୀ: କିଛିଦିନ ହେବ କୁଆଡେ ଗାଏବ୍‌ ହୋଇଯାଇଥିବା ସିଦ୍ଧାର୍ଥ ସାଗର ଓ ତାଙ୍କ ଗର୍ଲଫ୍ରେଣ୍ଡ୍‌ ସୁବୁହୀ ଯୋଶୀ ବିଗ୍‌ବସ୍‌-୧୨ରେ ଆସିପାରନ୍ତି। ସିଦ୍ଧାର୍ଥ ବି ଏହାକୁ ସ୍ୱୀକାର କରିଛନ୍ତି। କିନ୍ତୁ ସେ ଯିବେ ନା ନାହିଁ, ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି।

ରିତ୍ୱିକ୍‌ ଧନ୍‌ଜାନୀ ଓ ଆଶା ନେଗୀ: ରିପୋର୍ଟ ମୁତାବକ ରିତ୍ୱିକ୍‌ ଧନ୍‌ଜାନୀ ଓ ତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କୁ ଅଧିକ ଅର୍ଥର ପ୍ରତିଶ୍ରୁତି ସହ ଏହି ଶୋ’ର ଅଫର୍‌ ଦିଆଯାଇଛି।

ମିଲିନ୍ଦ ସୋମନ୍‌ ଓ ଅଙ୍କିତା କୋନ୍‌ୱାର:  ମିଲିନ୍ଦ ଓ ଅଙ୍କିତାଙ୍କୁ ଏହି ଶୋ’ର ଅଫର୍‌ କରାଯାଇଛି। ଦୁହେଁ ଏହି ବର୍ଷ ଏପ୍ରିଲ୍‌ରେ ବିବାହ କରିଥିଲେ।

ଗୁର୍‌ମିତ୍ ଚୌଧୁରୀ ଓ ଦେବୀନା ବାନାର୍ଜି: ଗୁର୍‌ମିତ୍‌ ଓ ପତ୍ନୀ ଦେବୀନାଙ୍କୁ ମଧ୍ୟ ଏହି ଶୋ’ପାଇଁ ଅଫର୍‌ ଦିଆଯାଇଛି। କିନ୍ତୁ ଦେବୀନା ଏହି କଥାକୁ ଖଣ୍ଡନ କରିଛନ୍ତି।

ଡେନୀ ଡି: ଖବର ମୁତାବକ୍‌ ଆଡଲ୍ଟ ଷ୍ଟାର୍‌ ଡେନୀ ଡିଙ୍କୁ ଏହି ଶୋ’ରୁ ଅଫର୍‌ ହୋଇଛି। କିନ୍ତୁ ସେ ସର୍ତ୍ତ ରଖିଛନ୍ତି ଯେ ଯଦି ଶୋ’ରେ ତାଙ୍କ ବନ୍ଧୁ ମାହୀକା ଶର୍ମାକୁ ନିଆ ଯାଏ ତେବେ ଯଦି ସେ ପ୍ରସ୍ତାବକୁ ସ୍ୱୀକାର କରିବେ।

ନିକେତନ୍‌ ଧୀର ଓ କ୍ରିତିକା ସେଗର୍‌: ଖବର ମୁତାବକ ନିକେତନ ଓ କ୍ରିତିକାଙ୍କୁ ଏହି ଶୋ’ର ଅଫର୍‌ ମିଳିଛି।

ସୃଷ୍ଟି ରୋଡେ ଓ ମନୀଷ ନାଗଦେବ: ସୃଷ୍ଟି ଓ ମନୀଷ୍‌ ତିନି ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି।  ଏହି ବର୍ଷ ଫେବୃଆରୀରେ ଦୁହିଁଙ୍କ ନିର୍ବନ୍ଧ ହୋଇଯାଇଛି।  ଖବର ମୁତାବକ ତାଙ୍କୁ ବିଗ୍‌ବସ୍‌-୧୨ର ଅଫର୍‌ ମିଳିଛି।

ବିଭା ଚିବ୍ବର ଓ ପୁରୁ ଚିବ୍ବର: ‘ବିଦାଇ’, ‘ପୁନର୍ବିବାହ’ ଓ ‘କସମ୍‌ ତେରେ ପ୍ୟାର୍‌କି’ ଭଳି ଧାରାବାହିକରେ ଅଭିନୟ କରିଥିବା ବିଭା ଚିବ୍ବର ବିଗ୍‌ ବସ୍‌-୧୨ରେ ନିଜ ପୁଅ ପୁରୁ ଚିବ୍ବରଙ୍କ ସହ ଆସି ପାରନ୍ତି। ପୁରୁ ‘ପବିତ୍ର ରିସ୍ତା’ରେ ଅଭିନୟ କରି ସାରିଛନ୍ତି। ଏହାସହ ସେ ‘ବ୍ୟାଣ୍ଡ୍‌ ବାଜା ବାରାତ୍‌’ ଓ ‘ଭୂମି’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More