Only for Entertainment

‘ବନ୍ଦ ହେବ ବିଗବସ ସିଜନ ୧୩’? ଥିମକୁ ନେଇ ତେଜିଲା କରଣୀ ସେନା,ଶୋ ଉପରେ ବ୍ୟାନ ଆଶଙ୍କା

amarujala
56

ଦେଶର ଲୋକିପ୍ରିୟ ରିଆଲିଟି ଶୋ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା କଲର୍ସ ଚ୍ୟାନେଲର ବିଗବସ ସିଜନ ଏବେ ସଙ୍କଟରେ ପଡ଼ିଯାଇଛି ।ନିକଟରେ ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କିନ୍ତୁ ବର୍ତ୍ତମାନ ଏହି ମାମଲାରେ ନୂଆମୋଡ ଦେଖିବାକୁ ମିଳୁଛି । କରଣୀ ସେନା ମଧ୍ୟ ବିଗ୍ ବସ୍ ୧୩ କୁ ତୁରନ୍ତ ବନ୍ଦ କରିବାକୁ କହୁଛନ୍ତି । କରଣୀ ସେନା କହିବାନୁସାରେ , ଏହି ଶୋ’ ଭାରତୀୟ ସଂସ୍କୃତି ବିପକ୍ଷରେ ପ୍ରସାରଣ କରାଯାଉଛି । ଏହି ସବୁ ଭିତରେ ଏବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁୁ ପ୍ରସାର ଭାରତୀକୁ ବିଗବସ୍ ର ଆପତ୍ତିଜନକ ବିଷୟକୁ ନେଇ ଡିଟେଲ୍ସ ମଗାଯାଇଛି ।

 

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପ୍ରକାଶ ଜାବଡେକରଙ୍କୁ କରଣୀ ସେନା ପତ୍ର ଲେଖି କହିଛି ଯେ ବିଗବସ୍ ହିନ୍ଦୁ ସଂସ୍କୃତିକୁ ଜାତୀୟ ଟିଭିରେ ଅପମାନଜନକ ଭାବରେ ଦର୍ଶାଉଛି । ଏହି ଶୋ’ ଲଭ୍ ଜିହାଦ୍ କୁ ପ୍ରଦର୍ଶନ କରାଉଛି । ଯୁବପିଢୀଙ୍କୁ ପଥଚ୍ୟୁତ କରାଉଛି । ଶୋ’ ରେ ଅଭଦ୍ରତା ଦେଖାଯାଉଛି ଯାହା ପରିବାର ସହ ମିଶିି ଦେଖାଯିବ ନାହିଁ । ଏହାସହ କରଣୀ ସେନା ବିଗବସ୍ ବ୍ୟାନ୍ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ୍ ଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି । ଆପଣଙ୍କୁ କହିରଖୁଛୁ ବୁଧବାର ଟ୍ୱିଟରରେ #BanBigBoss ଟ୍ରେଣ୍ଡ୍ କରୁଥିଲା । ଲୋକମାନେ ବିଗବସ୍ ଉପରେ ଅଶ୍ଲୀଳତା ପ୍ରଦର୍ଶନ କରୁଥିବା ଭଳି ଅଭିଯୋଗ ଲଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More