Only for Entertainment

ଦେଖିବାକୁ ମିଳିଲା ସୁନୀଲଙ୍କ ସହ ଭାବି ଜୀଙ୍କର ରୋମାଂଟିକ ଅନ୍ଦାଜ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

India Today
0 89

ବିବାଦୀୟ ସୋ‘ବିଗବସ ୧୧’ର ବିଜେତା ଏବଂ ଛୋଟ ପରଦାର ଅଭିନେତ୍ରୀ ଶିଳ୍ପା ସିନ୍ଦେ ଏବେ କମେଡିଆନ ସୁନୀଲ ଗ୍ରୋବରଙ୍କ ସହ କ୍ରିକେଟ ବେଷ୍ଡ କମେଡି ସୋ ‘ଧନଧନାଧନ’ରେ ନଜର ଆସୁଛନ୍ତି, ଯେଉଁଥିରେ ଦୁହେଁ କପଲ ବନିଛନ୍ତି । ଶିଳ୍ପାଙ୍କ କମେଡି ଅନ୍ଦାଜ ତ ଆପଣ ଅନେକ ଥର ଦେଖିଥିବେ ମାତ୍ର ତାଙ୍କର ରୋମାଂଟିକ ଅନ୍ଦାଜ ହୁଏତ ଆପଣ ଦେଖିନଥିବେ ।

କଥା ହେଉଛି , ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶିଳ୍ପା ସିନ୍ଦେ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି । ସେ ସୁନୀଲ ଗ୍ରୋବରଙ୍କ ସହ ସେଫ ଅଲ୍ଲୀ ଖାନ ଏବଂ ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ହମତୁମ’ର ଟାଇଟଲ ଟ୍ରାକରେ ରେନ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ଦେଖନ୍ତୁ ଏହି ଭିଡିଓ-

ସୁନୀଲ ଏବଂ ଶିଳ୍ପାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିବା ନଜର ଆସିଛି । ବର୍ତ୍ତମାନ ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ଏତେମାତ୍ରାରେ ପସନ୍ଦ କରିଛନ୍ତି ଯେ ଚାହୁଁ ଚାହୁଁ ଭିଡିଓ ଭାଇରାଲ ହୋଇଗଲାଣି । ଏଠାରେ ଆମେ କହି ରଖୁଛୁ ଯେ କପିଲ ଶର୍ମାଙ୍କ ସୋ ଛାଡିବା ମାତ୍ରେ ସୁନୀଲଙ୍କର ଏହା ପ୍ରଥମ ସୋ ଅଟେ । ଏହାର ପ୍ରମୁଖ ପ୍ରୀତି ଏବଂ ତାଙ୍କର ଭଉଣୀ ନୀତି ସିମୋସ ଅଟନ୍ତି ଯିଏ କି କପିଲଙ୍କ ସୋ ‘କମେଡି ନାଇଟସ ୱିଦ’ପ୍ରଯୋଜକ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More