Only for Entertainment

ରୋମିଲ ଚୌଧରୀଙ୍କ ପରେ ଟିଭିରେ ଡେବ୍ୟୁ କରିବେ ଜସଲିନ ମାଥାରୁ

hindirush
44

ବିଗବସର ସମସ୍ତ ପ୍ରତିଯୋଗୀଙ୍କ ପାଇଁ ୨୦୧୯ ଖୁବ ଭଲ ଥିଲା । ରୋମିଲ ଚୌଧରୀଙ୍କ ପରେ ଏବେ ଯେଉଁ ପ୍ରତିଯୋଗୀ ଟିଭିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସେ ହେଉଛନ୍ତି ଜସଲିନ ମାଥାରୁ । ଆଜ୍ଞା ହଁ ଜସଲିନ ଖୁବଶୀଘ୍ର ସିରିଅଲ ୱିଶ’ରେ ନଜର ଆସିବେ ।

ନିକଟରେ ଆସିଥିବା ରିପୋର୍ଟ ଅନୁସାରେ ଜସଲିନ ମାଥାରୁ ୱିଶ’ ଧାରାବାହିକରେ ଏକ ଜଲପରୀ ଭାବରେ ନଜର ଆସିବେ । ଇଣ୍ଡିଆ ଫୋରମକୁ ନିଜେ ଜସଲିନ ଏହି କଥା କହିଛନ୍ତି । ଖୁବଶୀଘ୍ର ଜସଲିନ ଏହାର ସୁଟିଂ ଆରମ୍ଭ କରିବେ । କିନ୍ତୁ ଚରିତ୍ର ବିଷୟରେ ସେ ଏବେ ଅଧିକ କିଛି କହିବାକୁ ଚାହାଁନ୍ତି ନାହିଁ । କିନ୍ତୁ ଖୁବ ଚମତ୍କାର ଚରିତ୍ରରେ ନଜର ଆସିବେ ବୋଲି କହିଛନ୍ତି ଅଭିନେତ୍ରୀ ।

ଅନ୍ୟ ପ୍ରତିଯୋଗୀଙ୍କ କଥା ଯଦି ଆଲୋଚନା କରିବା ତେବେ ରୋମିଲ ଚୌଧରୀ ‘କହାନୀ ହମ ତୁମ’ରେ ରୋମିଲ ଚୌଧରୀ ନଜର ଆସିଥିଲେ । ଏହା ସହିତ ରୋଶମୀ ବାଣିକ ଏକ ୱେବସିରିଜରେ ନଜର ଆସିଥିଲେ । ଅନ୍ୟ ପକ୍ଷରେ ଖାନ ଭଉଣୀ ସବା-ସୋମିଙ୍କ ହାତରେ ମଧ୍ୟ ଲାଗିଛି ବଡ଼ ପ୍ରୋଜେକ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More