Only for Entertainment

ସବା ଖାନ ଏବଂ କୃତି ବର୍ମାଙ୍କ ମଧ୍ୟରେ ଦେଖିବାକୁ ମିଳିଲା ମତାନ୍ତର, କ୍ୟାପଟେନଙ୍କ ଏହି ଅନ୍ଦାଜରେ ଦେଖିବାକୁ ମିଳିଲା ଅଶାନ୍ତି !

India
0 40

ବିଗବସ୧୨ର ବିଗତ ୪ଦିନ ଖୁବ ରୋମାଂଚକ ହେଲା ପରେ ଆଜି ଘରର ୫ମ ଦିନ ଦର୍ଶକଙ୍କୁ ଦେଖିବାକୁ ମିଳିବ । ଗତକାଲି ଘର କ୍ୟାପଟେନ ଚୟନ କରାଯାଇଛି ଏବଂ ପ୍ରଥମ କ୍ୟାପଟେନ ସାଜିଛନ୍ତି ଯୋଡିରେ ଆସିଥିବା ରୋଶନୀ ଏବଂ କୃତି । କ୍ୟାପଟେନ ବଛା ଯିବା ପ୍ରକ୍ରିୟା ମଧ୍ୟ ଖୁବ ରୋମାଂଚକ ଥିଲା । ମାତ୍ର କ୍ୟାପଟେନ ହେଲା ପରେ ଏହି ଯୋଡିଙ୍କର ସମସ୍ତଙ୍କ ସହ କିଭଳି ସମ୍ପର୍କ ରହୁଛି ତାହା ଆଗକୁ ଜଣା ପଡିବ । କିନ୍ତୁ ଲାଗୁଛି ଯେ ଏହା ଏତେ ସହଜ ନୁହେଁ । ଶୋ ମେକର୍ସ ଏହି ଶୋ’ର ପ୍ରଥମ ଭିଡିଓ ଜାରି କରି ଦେଇଛନ୍ତି । ଏହି ଭିଡିଓରେ କୃତି ବର୍ମା ସବା ଖାନଙ୍କ ନିଶାନାରେ ଆସିଛନ୍ତି ।

ଏହି ଦୁହିଁଙ୍କ ମଧ୍ୟରେ ମନ ମତାନ୍ତର ଦେଖିବାକୁ ମିଳିଛି , ଦୁହେଁ ଦୁହିଁଙ୍କୁ ଶୁଣାଇବା ପାଇଁ କୌଣସି ମଉକା ଛାଡୁ ନାହାନ୍ତି । କ୍ୟାପଟେନ ଚୟନ ବେଳେ ସବା-ସୋମି ଏବଂ ରୋଶନୀ-କୃତି ମଧ୍ୟରେ ରେସ ଲାଗିଥିଲା । ଏହାପରେ ଦୁହେଁ କ୍ୟାପଟେନ ପଦବୀ ପାଇଁ ଦୁହିଁଙ୍କ ସହ ହାତ ମିଶାଇ ଥିଲେ । ମାତ୍ର ଏବେ ମାମଲା ସଂଗୀନ ନଜର ଆସିଛି ।

ବିବାଦୀୟ ଶୋ ବିଗବସ ଘରର କ୍ୟାପଟେନ ହେବା ଯେତେ ରୋମାଚଂକ ସେତେ ଜଟିଳ ମଧ୍ୟ । ଏହି କ୍ୟାପଟେନ ପଦବୀରେ କିଛି କାମ କରାଇବାକୁ ଆଦେଶ ଦେବାକୁ ପଡିଥାଏ ତ କେବେ ଆଦେଶ ଶୁଣିବାକୁ ପଡିଥାଏ । ଏହା ଭିତରେ ସଭିଁଙ୍କ ମଧ୍ୟରେ କଳି ଝଗଡା ଆରମ୍ଭ ହୋଇଥାଏ । ମାତ୍ର ଆଗକୁ ଏହିଭଳି ଅନେକ ରୋମାଂଚକ ଦୃଶ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More