Only for Entertainment

ରୋମିଲ ଚୌଧରୀଙ୍କ ସହିତ ୱାଇଲ୍ଡ କାର୍ଡ ଭାବେ ‘ବିଗବସ-୧୨’ରେ ଏଣ୍ଟ୍ରି କରିବେ ରୋଡିଜ ଫେମ ସୁରଭି ରାଣା, ଦେଖିବାକୁ ମିଳିବ ବିଚିତ୍ର ଯୋଡି ।

bollywood life
0 31

‘ବିଗ ବସ -୧୨’ରେ ସୋମବାର ଏକ ବଡ ଟ୍ୱିଷ୍ଟ ଦେଖିବାକୁ ମିଳିବ । ସୋମବାର ବିଗ ବସ ଘରେ ୱାଇଲ୍ଡ କାର୍ଡ ଭାବେ ଏକ ନୂଆ ସଦସ୍ୟ ଏଣ୍ଟ୍ରି କରିବେ । ଏହା ବ୍ୟତୀତ ସବୁଠାରୁ ବଡ ଟ୍ୱିଷ୍ଟ ଏହା ଯେ ରବିବାର ଘରୁ ବାହାର ହୋଇଥିବା ରୋମିଲ-ନିର୍ମଳଙ୍କ ଯୋଡି ମଧ୍ୟରୁ ରୋମିଲଙ୍କୁ ଘରେ ଏଣ୍ଟ୍ରି କରିବାର ପୁଣିଥରେ ସୁଯୋଗ ମିଳିଛି । ସୋମବାର ରୋମିଲ ନିଜର ନୂଆ ପାର୍ଟନରଙ୍କ ସହିତ ବିଗବସ ଘରେ ଏଣ୍ଟ୍ରି କରିବେ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ରୋମିଲଙ୍କ ନୂଆ ପାର୍ଟନର ଜଣକ କିଏ ? ଆପଣଙ୍କୁ କହି ରଖୁଛୁ ରୋମିଲଙ୍କ ନୂଆ ପାର୍ଟନର ଆଉ କେହି ନୁହଁନ୍ତି ସେ ହେଉଛନ୍ତି ରୋଡିଜ ଫେମ ସୁରଭି ରାଣା ।


କହିରଖୁଛୁ ଯେ ସୁରଭି ବିଗ ବସ-୧୨ର ପ୍ରଥମ ଦିନରେ ହିଁ ଆଉଟ ହାଉସରୁ ଏଲିମିନେଟ ହୋଇଯାଇଥିଲେ । ତାଙ୍କ ପାର୍ଟନର କୃତି ରୋଶ୍ମୀଙ୍କ ସହିତ ବିଗ ବସରେ ଯୋଜି ଭାବେ ଅଣ୍ଟ୍ରି ନେଇଥିଲେ । କିନ୍ତୁ ଦୁହେଁ ଶନିବାର ଘରୁ ବେଘର ହୋଇଯାଇଛନ୍ତି ।

ଏବେ ଦେଖିବାକୁ ବାକି ରହିବ ନୂଆ ପାର୍ଟନର ସୁରଭିଙ୍କ ସହିତ ଘରେ ଏଣ୍ଟ୍ରି ନେବା ପରେ ରେମାଲଙ୍କ ଗେମ ପ୍ଲାନରେ କଣ ପରିବର୍ତ୍ତନ କରିବେ । ସୁରଭିଙ୍କ ବିଷୟରେ କହିବାକୁ ଗଲେ ସେ ଘରେ ଏଣ୍ଟ୍ରି ନେବା ପୂର୍ବରୁ ଟ୍ୱିଟ କରି କହିଥିଲେ । ବିଗ ବସ-୧୨ରେ ମୋର ଏଣ୍ଟ୍ରି ଧମାକାଦାର ରହିବ । ଏବଂ ଶୋ ଜିତି’ ହିଁ ମୁଁ ଫେରିବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More