Only for Entertainment

ବିଗ ବସ-୧୨ : ନେହା ପେଣ୍ଡସେ ଘରୁ ଏଲିମିନେଟ ହେବା ପରେ ଟ୍ୱିଟରରେ ଆସିଲା ରିଆକ୍ସନର ଝଡ ।

MarathiStars
44

ଟିଭି ଅଭିନେତ୍ରୀ ନେହା ପେଣ୍ଡସେଙ୍କୁ ସଲମାନ ଖାନଙ୍କ ବିବାଦିତ ସୋ’ ବିଗ ବସ-୧୨ରୁ ବାହାର ହୋଇଯାଇଛନ୍ତି । ଫ୍ୟାନମାନଙ୍କ କମ ଭୋଟ ମିଳିବା ଫଳରେ ସେ ଘରୁ ବେଘର ହୋଇଛନ୍ତି । ଦୁଇ ସପ୍ତାହ ହେଲା ସେ ନୋମିନେଟ୍ ହେଉଥିବା ବେଳେ ଚତୁର୍ଥ ସପ୍ତାହରେ ତାଙ୍କୁ ଘରୁ ବାହାରକୁ ଆସିବାକୁ ପଡ଼ିଛି । ତାଙ୍କ ସହ ଅଭିନେତା କରଣବୀର ବୋହରା ଏବଂ ଶ୍ରୀସନ୍ଥ ମଧ୍ୟ ନୋମିନେଟ୍ ହୋଇଥିଲେ । ତେବେ ସୋ’ରୁ ବାହାରିବା ପରେ ସୋ’ର ନିର୍ମାତା ନେହାଙ୍କ ବାହାରିବା ପଛରେ ଏକ ଭିନ୍ନ କାରଣ ଦର୍ଶାଇଥିବା ଦେଖାଯାଇଛି ।

ସୂଚନା ମୁତାବକ, ନେହା ସୋ’ରେ ସେତେ ଭଲ ପ୍ରଦର୍ଶନ କରୁ ନଥିବା ବେଳେ କୌଣସି ଜିନିଷକୁ ନେଇ ନିଜର ସ୍ୱତନ୍ତ୍ର ମତ ରଖୁ ନଥିଲେ । କୌଣସି ବି କାମ ଦିଆଯାଉଥିଲେ ସେ ଭଲ ଭାବରେ ତାକୁ ପୂରା କରୁ ନଥିଲେ । ଏତେ ସବୁ ପରେ ମଧ୍ୟ ସେ ସପ୍ତାହକୁ ୨୦ଲକ୍ଷ ଟଙ୍କା ଡ଼ିମାଣ୍ଡ କରିବାରୁ ସୋ’ର ନିର୍ମାତା ନେହାଙ୍କୁ ସୋ’ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଜଣା ପଡ଼ିଛି ।

ତେବେ ନେହା ଘରୁ ବେଘର ହେବା ମାତ୍ରେ ଟ୍ୱିଟରରେ ତାଙ୍କ ଫ୍ୟାନମାନଙ୍କର ରିଆକ୍ସନର ଝଡ ଆସିଯାଇଥିଲା । ଫ୍ୟାନ୍ସ ଟ୍ୱିଟ କରି କହିଥିଲେ ନେହା ବେଘର ହେବାର ଦୁଃଖ ତ ହେଉଛି ସେ ସୋର ଜଣେ ଦମଦାର ଖେଳାଳୀ ଥିଲେ । ଏହା ସହିତ ଲୋକେ ଏହା ମଧ୍ୟ କହୁଛନ୍ତି ଯେ, ନେହା ଯେତିକି ସମୟ ଘରେ ରହିଲେ ସଚଟୋତାର ସହିତ ରହିଲେ । ସେ କାହା ସହିତ କିଛି ଭୁଲ କରିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More