Only for Entertainment

ଘରର ବୋହୁ ମାନଙ୍କୁ ଆଇନା ଦେଖାଇଲେ ଫରାହ ଖାନ୍, ସିଦ୍ଧାର୍ଥ ଶୁକ୍ଳାଙ୍କୁ ସପୋର୍ଟ କରି ଫ୍ୟାନ୍ସଙ୍କୁ ଦେଲେ ଉପହାର

india today
37

ବିଗ ବସ ୧୩କୁ କୌତୁହଳପୂର୍ଣ୍ଣ କରିବା ପାଇଁ ନିର୍ମାତା ପ୍ରତିଦିନ କିଛି ନା କିଛି ଟ୍ୱିଷ୍ଟ ଆଣୁଛନ୍ତି । ସୋମବାରକୁ ଶୋ’ରେ ପହଂଚିଥିଲେ ଫରାହ ଖାନ୍ । ଘର ଭିତରେ ଚାଲିଲା ଫରାହଙ୍କ ଅଦାଲତ । ଏଥିରେ ଓକିଲ ଭାବରେ ଅଭିନୟ କରୁଥିଲେ ରଶ୍ମି ଏବଂ ସିଦ୍ଧାର୍ଥ ଏବଂ ନିଜ ନିଜ ଟିମ ସଦସ୍ୟଙ୍କ ବିଷୟରେ ଯୁକ୍ତି ମଧ୍ୟ କଲେ । ସେକେଣ୍ଡ ରାଉଣ୍ଡରେ ରଶ୍ମି ସିଦ୍ଧାର୍ଥଙ୍କ ଉପରେ ଅଭିଯୋଗ ଆଣିଲେଯେ ତାଙ୍କ ଆଗ୍ରେସନ ପାଇଁ ଝିଅମାନେ ଘରେ ନିଜକୁ ଅନସେଫ ଅନୁଭବ କରୁଛନ୍ତି । କିନ୍ତୁ ରଶ୍ମିଙ୍କ ଏହି କଥାରେ ଆଦୌ ରାଜି ହେଲେ ନାହିଁ ଫରାହ ଖାନ୍ । ଏହାପରେ ଫରାହ କହିଲେ ତୁମ ଟିମର ସିଦ୍ଧାର୍ଥ ଦେଙ୍କ ବ୍ୟବହାର ଠାରୁ ସିଦ୍ଧାର୍ଥ ଶୁକ୍ଳାଙ୍କ ବ୍ୟବହାର ଯଥେଷ୍ଟ ଭଲ । ପରେ ଶୁକ୍ଳାଙ୍କ ଟିମକୁ ୧ ପଏଂଟ ଦେଲେ ।

ବୋହୁମାନେ ଅନେକ ଯୁକ୍ତି କରିବା ପରେ ମଧ୍ୟ ବାସ୍ତବ କଥାକୁ ସାମ୍ନାକୁ ଆଣି ସିଦ୍ଧାର୍ଥ ଶୁକ୍ଳାଙ୍କୁ ସପୋର୍ଟ କଲେ ଫରାହ ଏବଂ ଘରର ବୋହୁ ମାନଙ୍କ ଆଇନା ଦେଖାଇଲେ । କିଭଳି ସେମାନେ ସିଦ୍ଧାର୍ଥଙ୍କ ପଛରେ ପଡ଼ି ଯାଇଛନ୍ତି ତାହା ମଧ୍ୟ ଦର୍ଶାଇଲେ ଫରାହ । ଯାହାପରେ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନେ ଫରାହଙ୍କ ନ୍ୟାୟକୁ ଖୁବ ପସନ୍ଦ କରୁଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More