Only for Entertainment

ବିଗବସ ୧୩’ର ସୁବୁଠାରୁ ପ୍ରିୟ କଳାକାର ହେଲେ ଆସୀମ, ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ

aajtak
23

ବିଗବସ ୧୩ରେ ପ୍ରଥମ ଟାସ୍କକୁ ଛାଡ଼ି ଟ୍ରୋଲ ହୋଇଥିଲେ ଆସୀମ ରିୟାଜ । କିନ୍ତୁ ଏବେ ବିଗବସର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗୀ ହୋଇ ଯାଇଛନ୍ତି ଆସୀମ । ନିକଟରେ ବିଗବସରେ ହୋଇଥିବା ନମିନେସନ ଟାସ୍କରେ ଅସୀମଙ୍କ ଧୈର୍ଯ୍ୟ ଏବଂ ସାହସ ଦେଖି ଦର୍ଶକ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି ।

 

 

ଆସୀମ ଲୋକଙ୍କ ହୃଦୟରେ ଏକ ଖାସ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସୋସିଆଲ ମିଡିଆରେ #AsimWinningHearts ଟ୍ରେଣ୍ଡ କରୁଛି । ଟ୍ୱିଟରରେ ଆସୀମଙ୍କୁ ନେଇ ଭିନ୍ନ ଭିନ୍ନ ଟ୍ୱିଟ କରାଯାଉଛି । ଜଣେ ୟୁଜର ଲେଖିଛନ୍ତି ଆସୀମଙ୍କ ହସରେ ପୂରା ଘର ଆଲୋକିତ ହୋଇଯାଉଛି । ତେବେ ଏଥିରୁ ସଂପୂର୍ଣ୍ଣ ଭାବରେ ଜଣାପଡ଼ୁଛିଯେ ଆସୀମ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ କଲେଣି । ସବୁଠାରୁ ଖାସ କଥା ଥିଲା ପୂର୍ବ ଟାସ୍କରେ । ଯେତେବେଳେ ନମିନେସନ ପାଇଁ ଟାସ୍କରେ ଯେତେ କଷ୍ଟ ସହିଲେ ମଧ୍ୟ ସେ ଅବୁ ମଲ୍ଲିକଙ୍କ ହାତ ଛାଡ଼ି ନଥିଲେ । ଏତେ ଟର୍ଚ୍ଚର ସହି ହାତ ନ ଛାଡ଼ିବା ଘଟଣା ପରେ ଆସୀମ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ଏହା ସହିତ ତାଙ୍କର ଆଉ ଏକ କଥା, ଯେତେବେଳେ ସେ କହିଲେ ମୁଁ ଝିଅ ମାନଙ୍କୁ ଗାଳି ଦିଏନି, କାରଣ ମୋର ମଧ୍ୟ ମା ଏବଂ ଭଉଣୀ ଅଛନ୍ତି । ଦେଖିବା ବାକି ରହିଲା ଆଗାମୀ ଦିନରେ ସେ କିଭଳି ଖେଳୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More