Only for Entertainment

ବଦଳିଲା ଥିମ! ଶୋ’ରେ ବାଜି ଉଠିବ ମହିଳା ବିଗବସଙ୍କ କଣ୍ଠ ସ୍ୱର

43

ବିଭିନ୍ନ ଦିଗରୁ ଦେଖିଲେ ବିଗ ବସ ୧୩ କିଛି ଖାସ ହେବାକୁ ଯାଉଛି । ଶୋ’ର ଥିମ ଏବଂ କନ୍ସେପ୍ଟକୁ ଏଂଟରଟେନିଂ କରିବା ପାଇଁ ନିର୍ମାତା କଠିନ ପରିଶ୍ରମ କରୁଛନ୍ତି । ଖବର ଅନୁସାରେ ଏହିଥର ଅରିଜିନାଲ ବିଗବସଙ୍କ କଣ୍ଠ ସ୍ୱର ବ୍ୟତୀତ ଜଣେ ମହିଳା ବିଗବସଙ୍କ କଣ୍ଠସ୍ୱର ମଧ୍ୟ ଶୁଣିବାକୁ ମିଳିବ ।

ମିଡିଆ ରିପୋର୍ଟ ଅନୁସାରେ ଅରିଜିନାଲ ବିଗବସଙ୍କ ସ୍ୱର ହୋଇଥିବା ଅତୁଲ କପୂରଙ୍କ ସହିତ ଜଣେ ମହିଳା ଯୋଗ ଦେବେ । କେତେକ ରିପୋର୍ଟରେ ଏହା କୁହାଯାଇଛିଯେ ଫିମେଲ ବିଗବସ ଭଏସ ପ୍ରତିଯୋଗୀଙ୍କୁ କମାଣ୍ଡ ଦେବେ । ତେବେ ଏହି କଥାର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଅନ୍ର ପକ୍ଷରେ ଖବର ଆସୁଛିଯେ ସଲମାନଙ୍କ ସହିତ ମଧ୍ୟ ଜଣେ ମହିଳା ହୋଷ୍ଟ ନଜର ଆସିବେ । ଯେଉଁଥିରେ ସବୁଠାରୁ ୁପରେ ରହିଛି କ୍ୟାଟ୍ରିନାଙ୍କ ନାମ । ତେବେ ସିଜନ ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ବିଭିନ୍ନ ଦାବି ଏବଂ ଆଲୋଚନା କରାଯାଉଛି । ଦେଖିବା ବାକି ରହିଲା ଏଥିରେ କେତେ ସତ୍ୟତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More