Only for Entertainment

ବିଗବସ ଘରେ ଅସହ୍ୟ ହେଲା ପରିସ୍ଥିତି, ଶେହନାଜଙ୍କୁ ଚାପୁଡ଼ା ମାରିଲେ ବହୁ-ବେବ୍-ଭିଲେନ

aajtak
39

ବିଗବସ ୧୩ରେ ଚାଲିଛି ହାଇ ଭୋଲଟେଜ ଡ୍ରାମା । ଶୋ’ରେ ପ୍ରତିଦିନ ଖୁବ ଲଢେଇ ଝଗଡ଼ା ଦେଖିବାକୁ ମିଳୁଛି । ଶୋ’ରେ ନିଜ ସ୍ଥିତି ସୁଦୃଢ ରଖିବା ପାଇଁ ପ୍ରତିଯୋଗୀ ସୀମା ପାର କରି ଯାଉଛନ୍ତି । ବିଶେଷ କରି ଟାସ୍କରେ ଜିତିବା ପାଇଁ କିଛି ପ୍ରତିଯୋଗୀ ଧୈର୍ଯ୍ୟହରା ହୋଇ ନିୟନ୍ତ୍ରଣ ହରାଇ ବସୁଛନ୍ତି ।ଏହିଭଳି ଆଗ୍ରେସନ ପ୍ରତିଯୋଗୀଙ୍କ ମଧ୍ୟରେ ଅଧିକାଂଶ ଥର ଦେଖିବାକୁ ମିଳିଛି ।ଏବେ ପୁଣିଥରେ ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି ।

 

ବାସ୍ତବରେ ମଙ୍ଗଳବାରକୁ ଘରେ ନମିନେସନ ଟାସ୍କ ହେଲା । ଏହା ଦ୍ୱାରା ଆସୀମ ରିୟାଜ ଏବଂ ଆରତୀ ସେଫ ହୋଇଗଲେ । ତେବେ ନମିନେଟେଡ ପ୍ରତିଯୋଗୀ ମାଟିରେ ସିଢୀ ତିଆରି କରିବେ । ଯାହା ଦ୍ୱାରା ନମିନେସନରୁ ମୁକ୍ତି ମିଳିବ । କିନ୍ତୁ ଏହି ମଧ୍ୟରେ ଦେଖିବାକୁ ମିଳିଛି ଦେବୋଲିନା ଆଗ୍ରେସନରେ ଶେହନାଜଙ୍କୁ ଚାପୁଡ଼ା ମାରିଛନ୍ତି । ତେବେ ଘଟଣା କ’ଣ ତାହା ଏପିସୋଡ ଦେଖିଲେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More