Only for Entertainment

ବିଗ ବସ ୧୩ : ୱିକେଣ୍ଡ କା ୱାରରେ ସଲମାନ ଖାନଙ୍କ ସହିତ ଦେଖିବାକୁ ମିଳିବ ହିନାଙ୍କ ଜଲୱା

latestly
31

ବିଗ ବସ ୧୩ରେ ଆଜି ପ୍ରଥମ ୱିକେଣ୍ଡ କା ୱାର ହେବାକୁ ଯାଉଛି । ଗତ ଏକ ସପ୍ତାହ ମଧ୍ୟରେ ଘରଲୋକଙ୍କ ବ୍ୟବହାରକୁ ଦେଖି ସଲମାନ ସେହି ବିଷୟରେ ଚର୍ଚ୍ଚା କରିବେ ଏବଂ ପ୍ରତିଯୋଗୀଙ୍କ କ୍ଲାସ ନେବେ । ୱିକେଣ୍ଡ କା ୱାରକୁ ଦର୍ଶକ ଉତ୍ସାହର ସହିତ ଅପେ କ୍ଷା କରି ରହିଥିବା ବେଳ । ଆଜି ବିଗ ବସ ଷ୍ଟେଜରେ କେବଳ ସଲମାନ ଖାନ ନୁହଁନ୍ତି ତାଙ୍କ ସହିତ ଟିଭି ଅଭିନେତ୍ରୀ ତଥା ବିଗ ବସର ପୂର୍ବ ପ୍ରତିଯୋଗୀ ହିନା ଖାନ ମଧ୍ୟ ନଜର ଆସିବେ । ହିନା ବିଗ ବସ ୧୩ର ପ୍ରଥମ ଗେଷ୍ଟ ଭାବେ ନଜର ଆସିବେ ।

ହିନା ଖାନ ନିଜ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ସଲମାନ ଖାନଙ୍କ ସହିତ ଫଟୋ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି । ଶନିବାର ୱିକେଣ୍ଡ କା ୱାରରେ ହିନାଙ୍କ ଜଲୱା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ହିନାଙ୍କ ସହିତ ବିଗ ବସ ୧୩ରେ ଫିଲ୍ମ ସଈ ରା ଫିଲ୍ମର ଷ୍ଟାରକାଷ୍ଟ ରାମଚରଣ , ଚିରଞ୍ଜିବୀ ଏବଂ ତମନ୍ନା ଭାଟିଆ ମଧ୍ୟ ନଜର ଆସିପାରନ୍ତି । ଏହି ଖବର ବିଷୟରେ ଏବେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More