Only for Entertainment

ମାହିରାଙ୍କୁ କିସ କରି ଫସିଲେ ପାରସ ଛାବ୍ରା

36

ବିଗବସ ଏଭଳି ଏକ ବିବାଦୀୟ ଶୋ ଯେଉଁଥିରେ ପ୍ରଥମ ଦିନରୁ ହିଁ ବିବାଦ ଆରମ୍ଭ ହୋଇଯାଏ । ଏହା ସହିତ ପ୍ରତି ସପ୍ତାହରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳେ । ପ୍ରଥମ ସିଜନରୁ ହିଁ ଦେଖିବାକୁ ମିଳିଛି ସଂପର୍କ ଯୋଡ଼ି ହୁଏ ଏବଂ ଭାଙ୍ଗେ । ଏହି ବର୍ଷ ବିଗବସ ସିଜନ ୧୩ ମଧ୍ୟ ପୂରା ନିଆରା । ଏହିଥର କେବଳ ସେଲିବ୍ରେଟୀମାନେ ନଜର ଆସିଛନ୍ତି । କିନ୍ତୁ ଏବେ ସାମ୍ନାକୁ ଆସିଛି ତଡ଼କା । ବାସ୍ତବରେ ଫସି ଯାଇଛନ୍ତି ପାରସ ଛାବ୍ରା ।

ଏହି ସିଜନରେ ଦେଖିବାକୁ ମିଳିଛି ପାରସ ଏବଂ ମାହିରାଙ୍କ ସଂପର୍କ ଖୁବ ନିବିଡ଼ । ନିକଟରେ ଫିଜିକଲ ହୋଇ ଥିବାରୁ ହେଡଲାଇନ୍ସକୁ ଆସିଥିଲେ ଏହି ଯୋଡ଼ି । ସବୁଠାରୁ ଖାସ କଥା ହେଉଛି ପାରସ ସମସ୍ତଙ୍କ ସାମ୍ନାରେ ମାହିରାଙ୍କୁ କିସ କରି ଦେଲେ । ଯାହାକୁ ଦେଖିବା ପରେ ପାରସଙ୍କ ରିଅଲ ଲାଇଫ ଗର୍ଲଫ୍ରେଣ୍ଡ ଆକାଂକ୍ଷା ନାରାଜ ହୋଇ ଯାଇଛନ୍ତି । ଏକ ଇଂଟରଭ୍ୟୁରେ ସେ କହିଛନ୍ତିଯେ ପାରସ ଏବଂ ତାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ସେ ସନ୍ଦେହରେ ଅଛନ୍ତି । ଏହା ସହିତ ସେ କହିଛନ୍ତିଯେ ହୁଏତ ତିନି ମାସ ଧରି ସେ ବିଗବସ ଘରେ ମୋ ସହିତ ଖେଳୁଛି ନଚେତ ତିନି ବର୍ଷ ଧରି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More