Only for Entertainment

ସିଦ୍ଧାର୍ଥଙ୍କୁ ଜୋରଦାର ଚାପୁଡ଼ା ମାରିଲେ ଶେହନାଜ ଗିଲ, ରାଗ ଦେଖି ଅବାକ୍ ହୋଇଗଲେ ସିଦ୍ଧାର୍ଥ

bollywood tadka
37

ବିଗବସ ୧୩ରେ ସମସ୍ତ ପ୍ରତିଯୋଗୀ ନିଜର ଏକ ଖାସ ସ୍ଥାନ ସୃଷ୍ଟି କରି ସାରିଛନ୍ତି । କିନ୍ତୁ ଏହି ଶୋ’ରେ ଲୋକ ଯାହାଙ୍କୁ ଅଧିକ ପସନ୍ଦ କରୁଛନ୍ତି ସେ ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲ । ଘରର ପ୍ରତିଯୋଗୀମାନେ ମଧ୍ୟ ଏହି ଦୁଇ ଯୋଡ଼ିଙ୍କ ବନ୍ଧୁତାକୁ ଖୁବ ପସନ୍ଦ କରୁଛନ୍ତି । ପ୍ରତିଦିନ ଦୁଇଜଣଙ୍କ ମଧ୍ୟରେ କିଛି ନା କିଛି କ୍ୟାଟ ଫାଇଟ ଦେଖିବାକୁ ମିଳୁଛି । ନିକଟରେ ଶୋ’ର ଏକ ପ୍ରମୋ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଲାଗୁଛି ଖୁବଶୀଘ୍ର ଶେହନାଜ ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗିବାକୁ ଯାଉଛି ।

 

ଭିଡ଼ିଓରେ ସିଦ୍ଧାର୍ଥ ଶେହନାଜଙ୍କୁ ଚିଡ଼ାଉ ଥିବାର ଦେଖିବାକୁ ମିଳିଛି । ସେ ମାହିରାଙ୍କୁ କହୁଛନ୍ତିଯେ ଲୋକ ତତେ ଦେଖି ଏତେ ଜଳୁଛନ୍ତି କାହିଁକି । ଯାହା ସେ ଶେହନାଜଙ୍କୁ ଦେଖେଇ ହୋଇ କହୁଥିବା ନଜର ଆସିଛି । ତେବେ ଏହିଭଳି ଛୋଟ ଛୋଟ କଥାରେ ଝଗଡ଼ା ଲାଗୁ ଲାଗୁ ହଠାତ ଶେହନାଜ ସିଦ୍ଧାର୍ଥଙ୍କୁ ଚାପୁଡ଼ା ମାରି ଦେଉଛନ୍ତି, ଯାହାପରେ ସିଦ୍ଧାର୍ଥ ହଠାତ ଅବାକ୍ ହୋଇ ଯାଉଛନ୍ତି । ତେବେ ଆଗକୁ କ’ଣ ଘଟିବ ତାହା ଶୋ ଦେଖିବା ପରେ ଜଣା ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More