Only for Entertainment

ବିଗବସ ହାଉସରୁ ତଡା ଖାଇଲେ ସିଦ୍ଧାର୍ଥ ଶୁକ୍ଳା !!!

33

ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲାଙ୍କୁ ବିଗ ବସ ଶୋରୁ ଆଉଟ କରାଯାଇଛି । ଏହା ପଛର କାରଣ ହେଉଛି କଳାକାରଙ୍କ ରାଗ ମିଜାଜ । ସବୁବେଳେ ନିଜ ଆକ୍ରୋଶିତ ବ୍ୟବହାର ଓ ରାଗ ପାଇଁ ଜଣାଯାଉଥିବା ସିଦ୍ଧାର୍ଥଙ୍କୁ ଏଥର ଲାଗିଛି ଜବରଦସ୍ତ ଝଟକା । ଅଧା ଶୋ’ରୁ ବାହାରିଛନ୍ତି ସିଦ୍ଧାର୍ଥ । ପୂର୍ବରୁ ଅନେକଥର ନିଜର ଏହି ବ୍ୟବହାର ପାଇଁ ସିଦ୍ଧାର୍ଥଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କଟାକ୍ଷର ଶିକାର ହେବାକୁ ପଡିଥିବାବେଳେ ଏଥରକ ଭାରି ପଡିଛି ଏହି ରାଗ ମିଜାଜ । ତେବେ ଜଣାପଡିଛି କି ସିଦ୍ଧାର୍ଥଙ୍କୁ ଅନ୍ୟ ପ୍ରତିଯୋଗୀଙ୍କ ସହ ଏକ ଟାସ୍କ ଦିଆଯାଇଥିଲା ।

ଟାସ୍କକୁ ସିଦ୍ଧାର୍ଥ ସଫଳତାପୂର୍ବକ କରିବା ବଦଳରେ ସହଯୋଗୀ କଳାକାରଙ୍କ ଉପରେ ଆକ୍ରୋଶିତ ହୋଇ ଆହତ କରି ପକାଇଥିଲେ । ଯାହା ପାଇଁ ତାଙ୍କୁ ଶୋରୁ ବାହାର କରାଯାଇଥିବା କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More