Only for Entertainment

‘ନଚ ବଲିୟେ ୮’ ପରେ ‘ବିଗ ବସ-୧୩’ରେ ଧମାଲ କରିବେ ଏହି ଟିଭି ଅଭିନେତ୍ରୀ

google
29

ଟିଭିର ସବୁଠାରୁ ବିବାଦିତ ରିଅଲିଟି ଶୋ’ ବିଗ ବସ ନିଜର ନୂଆ ସିଜିନ ସହିତ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରିବା ପାଇଁ ପ୍ରସ୍ତୁତ ହେଉଛି । ସେପ୍ଟେମ୍ବର ଶେଷରେ ପ୍ରସାରିତ ହେବାକୁ ଥିବା ବିଗ ବସର ଏହି ନୂଆ ସିଜିନରେ ଅନେକ ନୂଆ ଚେହେରା ସହିତ ଅନେକ ବିବାଦ ଦେଖିବାକୁ ମିଳିବ । ପୂର୍ବ ସିଜିନ ପରି ଚଳିତ ସିଜିନକୁ ମଧ୍ୟ ସୁପରଷ୍ଟାର ସଲମାନ ଖାନ ହୋଷ୍ଟ କରିବେ । ଏହା ସହିତ ଶୋ’ରେ ସାମିଲ ହେବାକୁ ଥିବା କେତେକ ସଦସ୍ୟଙ୍କ ନାମ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ଖବର ଅନୁସାରେ ଏହି ସିଜିନରେ ରାଜପାଲ ଯାଦବ, ହିମାଂଶ କୋହଲି, କରଣ ପଟେଲ ଏବଂ ଜରୀନ ଖାନଙ୍କ ନାମ ସାମ୍ନାକୁ ଆସିଛି । କିନ୍ତୁ ଅଧିକାରୀକ ଭାବେ ଏହାର ଘୋଷଣା କରାଯାଇ ନାହିଁ । ନିକଟରେ ଶୁଣିବାକୁ ମିଳିଛି ଯେ ‘ବିଗ ବସ ୧୩’ରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ରିଦ୍ଧି ଡୋଗରା ମଧ୍ୟ ନଜର ଆସିପାରନ୍ତି ।

 

ସ୍ପଟ ବୟର ରିପୋର୍ଟ ଅନୁସାରେ ୨୯ ସେପ୍ଟେମ୍ବର ୨୦୧୯ରେ ଟେଲିକାଷ୍ଟ ହେବାକୁ ଥିବା ବିଗ ବସ ୧୩ରେ ‘ମର୍ଯ୍ୟଦା’ର ଲିଡ ଅଭିନେତ୍ରୀ ରିଦ୍ଧି ଡୋଗରା ନଜର ଆସିପାରନ୍ତି । ବିଗ ବସ-୧୩ ପାଇଁ ରିଦ୍ଧିଙ୍କୁ ଆପ୍ରୋଚ କରାଯାଇଥିଲା । ଏହା ପାଇଁ ସେ ନିଜର ସହମତି ମଧ୍ୟ ଜଣାଇଛନ୍ତି । ଏହା ସହିତ ରିଦ୍ଧି ବିବ ବସର ସଦସ୍ୟ ହେବା ପାଇଁ କଣ୍ଟ୍ରାକ୍ଟ ମଧ୍ୟ ସାଇନ କରି ସାରିଛନ୍ତି ବୋଲି ଖବର ଆସିଛି ।

କହିରଖୁଛୁ ଯେ, ରିଦ୍ଧି ଡୋଗରା ଅଭିନେତା ରାକେଶ ବାପଟଙ୍କୁ ବିବାହ କରିଥିଲେ ମାତ୍ର ୭ ବର୍ଷର ବିବାହ ପରେ ଦୁହେଁ ଚଳିତ ବର୍ଷ ୭ ଫେବୃଆରୀରେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ଏହା ପୂର୍ବରୁ ଦୁହେଁ ଡ୍ୟାନ୍ସିଂ ରିଅଲିଟି ଶୋ ‘ନଚ ବଲିୟେ ୮’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More