Only for Entertainment

ସିଦ୍ଧାର୍ଥଙ୍କ ପ୍ରେମରେ ପଡ଼ିଲେ ଶେହନାଜ? ପଢନ୍ତୁ ସେଲିବ୍ରେଟୀଙ୍କ ଟ୍ୱିଟ୍

aajtak
33

ବିଗବସ ଘରେ ଖେଳି ଯାଇଛି ପ୍ରେମର ବାତାବରଣ । ଗୋଟିଏ ପାଶ୍ୱର୍ରେ ମାହିରା ଶର୍ମା ଓ ପାରସ ଛାବ୍ରା ଏବଂ ଅନ୍ୟ ପକ୍ଷରେ ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ ଗିଲଙ୍କ ଖଟା ମିଠା ପ୍ରେମ କେମେଷ୍ଟ୍ରି । ଶେହନାଜ ଏବଂ ସିଦ୍ଧାର୍ଥଙ୍କ ବନ୍ଧୁତା ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ବିଗବସ ୩ର ବିଜେତା ବିଦୁ ଦାରା ସିଂଙ୍କୁ ଦୁଇ ଜଣଙ୍କ ବନ୍ଧୁତା ଏବଂ ମିଛି ମିଛିକା କଳି ଝଗଡ଼ା ଖୁବ ଭଲ ଲାଗୁଛି ।

ସୋସିଆଲ ମିଡିଆରେ ବିଦୁ ଦାରା ସିଂ ଲେଖିଛନ୍ତିଯେ, ରାତିରେ ଶେହନାଜ ସିଦ୍ଧାର୍ଥଙ୍କ ପାଦ ଚିପିଦେଲେ । ଏହା ହେଉଛି ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା । କେବଳ ଆମ ସିଦ୍ଧାର୍ଥ ହିଁ ହୃଦୟରେ କଥା କହୁନାହିଁ, କିନ୍ତୁ ଶୋଲେର ବସନ୍ତୀ ହେଉଛି ଆମ ଶେହନାଜ ।

କହିରଖୁଛୁ ଆରମ୍ଭରୁ ହିଁ ବିଦୁ ଦାରା ସିଂ ସିଦ୍ଧାର୍ଥଙ୍କୁ ସମର୍ଥନ କରି ଆସୁଛନ୍ତି । ସିଦ୍ଧାର୍ଥ ଶୁକ୍ଳାଙ୍କ ଗେମ କୁ ସେ ଖୁବ ପ୍ରଶଂସା କରୁଛନ୍ତି । ଯେତେବେଳେ ସିଦ୍ଧାର୍ଥ ଘରର କ୍ୟାପଟେନ ହୋଇଥିଲେ ସେହି ସମୟରେ ଦାରା ତାଙ୍କୁ କୁଲ କ୍ୟାପଟେନ ବୋଲି ଲେଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More