Only for Entertainment

ବିଗବସରେ ଦେଖିବାକୁ ମିଳିଲା ବଡ ଟ୍ୱିଷ୍ଟ , ଏହିକାରଣରୁ ଘରୁ ବାହାରିଲେ ସିଦ୍ଧାର୍ଥ ଶୁକ୍ଳା !

68

ବିବାଦୀୟ ଶୋ’ ବିଗବସ୧୩ ସୁପରହିଟ ସାବ୍ୟସ୍ତ ହୋଇଛି । ପ୍ରତିଦିନ ବିବାଦ ଏବଂ ମଜାଦାର ଘଟଣା ଶୋ’କୁ କରିଛି ଆହୁରୀ ରଙ୍ଗୀନ । ତେବେ ଏଥର ସିଜନ ଟିଆରପି ଲିଷ୍ଟ ଖୁବ ଉପରେ ରହିଥିବା କାରଣରୁ ଏହା ଆଉ ୫ସପ୍ତାହ ବଢାଇ ଦିଆଯାଇଛି ।

ସବୁବେଳେ ବିଗବସ ଗୃହରେ କୌଣସି ନା କୌଣସି କଥାକୁ ନେଇ ସିଦ୍ଧାର୍ଥ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । କିନ୍ତୁ ଏବେ ଖବର ଆସୁଛି ଯେ ସିଦ୍ଧାର୍ଥ ଶୁକ୍ଳା ଘରୁ ବାହାରି ପାରନ୍ତି । ବିଗବସ ଫ୍ୟାନ ପେଜର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ଯେ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଘରୁ ବାହାରକୁ ପଠା ଯାଇଛି ।

ଅସଲରେ ସିଦ୍ଧାର୍ଥଙ୍କ ଶରୀର ଅସସ୍ଥତା ଯୋଗୁଁ ତାଙ୍କୁ ଘରୁ ବାହାର କରାଯାଇଛି । ତାଙ୍କୁ ଥାଇରଏଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଏହିକାରଣରୁ ସେ ଚିକିତ୍ସା ପାଇଁ ଘରୁ ବାହାରକୁ ଯାଇଛନ୍ତି । ସେହିଭଳି ଦେବୋଲିନାଙ୍କ ଶରୀର ଅସୁସ୍ଥତା ଯୋଗୁଁ ତାଙ୍କୁ ମଧ୍ୟ ଶୋ’କୁ ଅଧାରୁ ଛାଡି ଘରୁ ବାହାରିବାକୁ ପଡିଥିଲା । ତେବେ ଶୋ ବିଷୟରେ କହିବାକୁ ଗଲେ ଦିନକୁ ଦିନ ଶୋ’ରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଶୋ’ରେ ୩ଜଣ ୱାଇଲ୍ଡ କାର୍ଡ ଏଂଟ୍ରି କରିଛନ୍ତି । ସେହିଭଳି ଶୁଣିବାକୁ ମିଳିଛି ସିଜନ ୧୧ରେ ବିକାଶ ଗୁପ୍ତା ଚର୍ଚ୍ଚାରେ ରହିଥିଲେ । ତେବେ ଶୁଣିବାକୁ ମିଳୁଛି ସେ ଏହି ସିଜନରେ ୱାଇଲ୍ଡ କାର୍ଡ ଏଂଟ୍ରି କରିପାରନ୍ତି । ତେବେ ଆଗକୁ ଶୋ’ ଆହୁରୀ ମଜାଦାର ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More