Only for Entertainment

ବିଗବସର ଏହି ପ୍ରତିଯୋଗୀଙ୍କୁ ଗିରଫ କଲା ପୋଲିସ,ଜାଣନ୍ତୁ କାରଣ ।

aajtak
0 75

ବିଗବସର ଏକ୍ସ ପ୍ରତିଯୋଗୀ ସୁନାମୀ କିଟ୍ଟୀଙ୍କୁ ଅପହରଣ ଏବଂ ଲୋକଙ୍କୁ ଡରାଉଥିବା ଅଭିଯୋଗରେ ଗିରଫ କରାଯାଇଛି । ଗିରୀଶ ନାମକ ବାରଟେଣ୍ଡରଙ୍କ ଅଭିଯୋଗରେ ଜେରା କରାଯାଇଛି । ସୂଚନା ମୁତାବକ ସେ ତାଙ୍କ ବନ୍ଧୁ ଯୋଗେନ୍ଦ୍ର ଏବଂ ଅର୍ଜୁନଙ୍କ ସହିତ ମିଶି ଏ ଭଳି କାର୍ଯ୍ୟ କରିଛନ୍ତି ।

ଗିରୀଶଙ୍କ କହିବା ଅନୁସାରେ ସେମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଡରାଇବା ସହିତ ଧମକ ମଧ୍ୟ ଦେଇଥିଲେ । ଏହା ସହିତ ବାରକୁ ଆସୁଥିବା ଲୋକଙ୍କ ସିକ୍ରେଟ ଖବର କଥା ମଧ୍ୟ କହିବା ପାଇଁ ବାଧ୍ୟ କରିଥିଲେ ।

କିଟ୍ଟୀଙ୍କର ଏହି କେସ ଜଟିଳ ହେବାରେ ଲାଗିଛି । ଏବେ ତାଙ୍କ ଉପରେ ଇଣ୍ଡିଆନ ପେନାଲ କୋଡ଼ର ଧାରା ୩୬୩ ସେକ୍ସନ ୨୫(୧ଏ) ଅନୁସାରେ ମୁକଦମା ଚାଳିବ ।

କିଟ୍ଟୀ ବିଗବସ ୩ର ପ୍ରତିଯୋଗୀ ଥିଲେ ଏବଂ ସେ କନ୍ନଡ଼ ଟିଭିର ଜଣେ ଜଣାଶୁଣା ଚେହେରା । ତେବେ ସେ ଆଗାମୀ ଦିନରେ ଏକ ଫିଲ୍ମରେ ନଜର ଆସିବେ ବୋଲି ସୂଚନା ମିଳିଛି । କିନ୍ତୁ ଏହି ମାମଲା ଯେ ତାଙ୍କ ଉପରେ କିଛି ମାତ୍ରାରେ ଖରାପ ପ୍ରଭାବ ପକାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More