Only for Entertainment

ଭଜନ ଛାଡି ହିପହପ ଅନ୍ଦାଜରେ ନଜର ଆସିଲେ ଭଜନ ସମ୍ରାଟ ଅନୁପ ଜଲୋଟା, ଜସଲୀନଙ୍କ ସହ ଫଟୋ ଭାଇରାଲ !

25

ବିଗ୍‌ ବସ୍‌ ସିଜିନ୍‌-୧୨ରେ ସାଥୀରେ ଘରକୁ ପ୍ରବେଶ କରି ଚର୍ଚ୍ଚାରେ ରହିଥିଲେ ଭଜନ ସମ୍ରାଟ ଅନୁପ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁ । ସୋ’କୁ ପ୍ରବେଶ କରିବା ପରେ ପରେ ଦୁହେଁ ପରସ୍ପରକୁ ପ୍ରେମ କରୁଥିବା ନେଇ ଚର୍ଚ୍ଚା ହେବା ପରେ ଜସ୍‌ଲୀନ୍‌ ମୋର କେବଳ ଜଣେ ଛାତ୍ରୀ ବୋଲି କହିଥିଲେ ଅନୁପ ଜଲୋଟା । ଦୁହିଁଙ୍କ ସଂପର୍କକୁ ନେଇ ଅନେକ ବିବାଦ ଦେଖାଯାଇଥିଲା ।

ବିଗ୍‌ ବସ୍‌ର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ଯୋଡ଼ି ରହି ସାରିଥିବା ଅନୁପ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁ ଏବେ ପୁଣି ଥରେ ସାଥୀରେ ନଜର ଆସିବାକୁ ଯାଉଛନ୍ତି । ଦୁହେଁ ଏକ ଫିଲ୍ମ ‘ଓ୍ଵ ମୋରି ଷ୍ଟୁଡେଣ୍ଟ ହେ’ରେ ନଜର ଆସିବାକୁ ଯାଉଥିବା ଜଣାପଡ଼ିଛି । ଫିଲ୍ମରେ ଅନୁପ ଜଲୋଟା କଣ୍ଠଶିଳ୍ପୀ ହେବା ସହ ତାଙ୍କ ଛାତ୍ରୀ ବନିଛନ୍ତି ଜସ୍‌ଲୀନ ।

ଜସଲୀନ ବୋଲ୍ଡ ଛାତ୍ରୀ ଲୁକରେ ନଜର ଆସିଥିବା ବେଳେ, ଅନୁପ ଜଲୋଟାଙ୍କ ଲୁକ ବିଷୟରେ କହିବାକୁ ଗଲେ ସେ ହିପହପ ଷ୍ଟାଇଲରେ ନର ଆସିଛନ୍ତି । ମୁଣ୍ଡରେ ଟୋପି, ହାତରେ ବନ୍ଧୁକ ଏବଂ ଗଳାରେ ଚେନ ଅନୁପଙ୍କ ଏହି ଲୁକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ବୋଧ ହୁଏ କେହି ତାଙ୍କର ଏଭଳି ଅବତାର ଦେଖିନଥିବ କି ଭାବି ବି ନଥିବ ।

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ଅନୁପ ଜଲୋଟା କହିଛନ୍ତି, ଗତ ବର୍ଷ ଦୀପାବଳି ପୂର୍ବରୁ ବିଗ୍‌ ବସ୍‌ରେ ଭାଗ ନେଇ ଏକ ଧମାକା କରିଥିଲି । ଏବେ ଏହି ଫିଲ୍ମ ଦୀପାବଳି ପୂର୍ବର ଧମାକା । ଜସ୍‌ଲୀନ ଓ ମୋତେ ନେଇ ଲୋକଙ୍କ ମନରେ ଅନେକ ଭୁଲ ଧାରଣା ରହିଛି, ଯାହା ଏହି ଫିଲ୍ମ ଜରିଆରେ ଦୂର ହୋଇଯିବ । ଫିଲ୍ମରେ ଜସ୍‌ଲୀନ୍‌ ମୋ ପାଖକୁ ସଙ୍ଗୀତ ଶିଖିବାକୁ ଆସିବା ପରେ ମୁଁ ତାଙ୍କୁ ଭଲ ପୋଷାକ ପିନ୍ଧିବା ବିଷୟରେ ପ୍ରଥମେ ଶିଖାଇବି । ବାସ୍ତବ ଜୀବନରେ ମଧ୍ୟ ମୁଁ ତାହା କରେ । କେଉଁଠି କେଉଁ ପୋଷାକ ପିନ୍ଧିବା ଦରକାର, ତାହା ମୁଁ ଜଣାଇଥାଏ ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More