Only for Entertainment

ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି ବିଗବସ ପ୍ରତିଯୋଗୀ ବନ୍ଦଗୀ କାଲରା

aajtak
44

ବିଗବସ ୧୧ର ସବୁଠାରୁ ଗ୍ଲାମରସ ପ୍ରତିଯୋଗୀ ବନ୍ଦଗୀ କାଲାରାଙ୍କ ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏମିତି ତ ବନ୍ଦଗୀ ପୂର୍ବରୁ ଖୁବ ଷ୍ଟାଇଲିସ କିନ୍ତୁ ବିଗବସ ଭଳି ବଡ଼ ପ୍ଲାଟଫର୍ମରେ ସୁଯୋଗ ପାଇବା ପରେ ବନ୍ଦଗୀ ଷ୍ଟାର ହୋଇ ଯାଇଛନ୍ତି । ଯାହାପରେ ତାଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ପରିବର୍ତ୍ତନ ଆସିଛି ।

ନିକଟରେ ବନ୍ଦଗୀ ଇଂଷ୍ଟାଗ୍ରାମରେ ଫଟୋସୁଟର କିଛି ଫଟୋ ଶେୟାର କରିଛନ୍ତି । ଫଟୋରେ ବନ୍ଦଗୀଙ୍କ ଗ୍ଲାମରସ ଲୁକ ନଜର ଆସିଛି । ତେବେ ସେ ଯେଉଁଭଳି ଆଉଟଫିଟ ହେଉ ସବୁଥିରେ ଫିଟ ଲାଗୁଛନ୍ତି ବନ୍ଦଗୀ ।

ଫଟୋକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ସବୁଠାରୁ ଖାସ କଥା ହେଉଛି ଲୁକ କୁ ନେଇ ଏକ୍ସପେରିମେଂଟ କରିବାକୁ ପଛାନ୍ତି ନାହିଁ ବନ୍ଦଗୀ । ଏହାର ପ୍ରମାଣ ବିଗବସରେ ମଧ୍ୟ ଦେଖିବାକୁ ମିଳିଥିଲା । ବନ୍ଦଗୀ ଖୁବଶୀଘ୍ର ଏକ ସିଜନାଲ ଫିଲ୍ମରେ ନଜର ଆସିବେ । ସେ ଦୁଇଟି ତେଲୁଗୁ ଫିଲ୍ମ ମଧ୍ୟ ସାଇନ କରିଛନ୍ତି । କହିରଖୁଛୁ ଗ୍ଲାମର ଲାଇନକୁ ଆସିବା ପୂର୍ବରୁ ବନ୍ଦଗୀ ସଫ୍ଟୱେର ଇଂଜିନିୟର ଥିଲେ । ଏହା ସହିତ ମଡେଲିଙ୍ଗ ମଧ୍ୟ କରୁଥିଲେ ।

ବ୍ୟକ୍ତିଗତ ଜୀବନ କଥା ଯଦି ଆଲୋଚନା କରିବା ତେବେ ବନ୍ଦଗୀ ବିଗବସ ପ୍ରତିଯୋଗୀ ପୁନିଶ ଶର୍ମାଙ୍କୁ ଡେଟ କରୁଛନ୍ତି । ଦୁଇଜଣଙ୍କ ପ୍ରେମ କାହାଣୀ ପିଗବସ ରିଆଲିଟି ଶୋ’ରୁ ଆରମ୍ଭ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More