Only for Entertainment

ପୁଣିଥରେ ବିବାହ କଲେ ରାହୁଲ ମହାଜନ, ନିଜ ଠାରୁ ୧୮ ବର୍ଷ ସାନ ମଡେଲଙ୍କୁ କଲେ ଜୀବନସାଥୀ ।

LatestLY
33

ଦିବଙ୍ଗତ ବିଜେପି ନେତା ପ୍ରମୋଦ ମହାଜନଙ୍କ ପୁଅ ତଥା ବିଗ୍‌ବସ୍‌ ପୂର୍ବ ସିଜିନ୍‌ର ପ୍ରତିଯୋଗୀ ରାହୁଲ ମହାଜନ ୨୫ ବର୍ଷୀୟା ଜଣେ ମଡେଲଙ୍କୁ ବିବାହ କରି ଅଧିକ ବସୟ ବ୍ୟବଧାନ ଥିବା ଯୋଡ଼ିଙ୍କ ତାଲିକାରେ ନିଜ ନାମ ଲେଖାଇଛନ୍ତି। ୪୩ ବର୍ଷିଅ ରାହୁଲ ମଙ୍ଗଳବାର ତାଙ୍କର ୨୫ ବର୍ଷୀୟା ମଡେଲ୍‌ ପ୍ରେମିକା ନତାଲୟାଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ମାଲବିର୍‌ ପର୍ବତରେ ଥିବା ଏକ ମନ୍ଦିରରେ ଏହି ବିବାହ ସଂପନ୍ନ ହୋଇଛି। ଏହି ବିବାହରେ ସେମାନଙ୍କର କିଛି ଘନିଷ୍ଠ ବନ୍ଧୁ ଓ ସଂପର୍କୀୟ ସାମିଲ୍‌ ହୋଇଥିଲେ।

rahul-mahajan

ସେମାନଙ୍କ ଭିତରେ ଗତ ଦେଢ଼ ବର୍ଷ ହେବ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ କିଛି ଦିନ ପୂର୍ବରୁ ସଂପର୍କରେ ବିଶେଷ ଘନିଷ୍ଠତା ଆସିବା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ରାହୁଲ କହିନ୍ତି କି ନତାଲୟା ବିବାହ ପରେ ତାଙ୍କ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି। ସେ ଯାହାବି କରିବାକୁ ଚାହିଁବେ ମୁଁ ତାଙ୍କୁ ସମର୍ଥନ କରିବି ବୋଲି ରାହୁଲ ଜଣାଇଛନ୍ତି। ରାହୁଲ ଆହୁରି କହିଛନ୍ତି କି ପରିବାର ଓ ଶାନ୍ତି ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

mahajan-x363

ନତାଲିୟାଙ୍କ ପୂର୍ବରୁ ରାହୁଲ ପାଇଲଟ୍‌ ଶ୍ୱେତା ସିଂହ ଓ ଟିଭି ଷ୍ଟାର୍‌ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିଲେ। ଦୁଇଟି ଯାକ ବିବାହ ଘରୋଇ ହିଂସା କାରଣରୁ ତିଷ୍ଟି ପାରିନଥିଲା ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ୨୦୦୮ରେ ଛାଡ଼ପତ୍ର ଦେବା ପରେ ୨୦୧୦ରେ ଦ୍ୱିତୀୟ ବିବାହ କରି ୨୦୧୪ରେ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଦୁଇ ଜଣ ଯାକ ପତ୍ନୀ ତାଙ୍କ ବିରୋଧରେ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ। । ୨୦୦୮ ମସିହାରେ ସେ ବିଗ୍‌ବସ ସିଜିନ-୮ରେ ନଜର ଆସିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More