Only for Entertainment

ରିଲିଜ୍ ହେଲା “ବିଜୁବାବୁ” ସିନେମାର ପ୍ରଥମ ଟିଜର ! ମୁଖ୍ୟ ଚରିତ୍ରରେ ନଜର ଆସିଲେ ଅଭିନେତା ଅନୁଭବ ମହାନ୍ତି ।

34

ଓଡିଶା ଜନଜୀବନର ମହାନାୟକ ତଥା ଓଡିଶାର ବାଜ ବୋଲାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଧାର କରି “ବିଜୁବାବୁ” ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଏହି ଚଳଚ୍ଚିତ୍ରକୁ ଉତ୍କଳ ଦିବସରେ ମୁକ୍ତିଲାଭ କରାଯିବ ।  ଏହି ସିନେମାର ପୋଷ୍ଟରକୁ ରିଲିଜ୍ କରାଯାଇଛି ଏବଂ ଏହି ଫଟୋକୁ ମୋଶନ କରି ଏହାର ପ୍ରଥମ ଟିଜର ରୂପେ ମଧ୍ୟ ଦେଖିବାକୁ ମିଳିଛି । । ଚଳଚ୍ଚିତ୍ରରେ ବିଜୁବାବୁଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ଅନୁଭବ ମହାନ୍ତି ।

ନୀଳମାଧବ ପଣ୍ଡାଙ୍କ ନିବେଦିତ ଏହି ଚଳଚ୍ଚିତ୍ରର କାହାଣୀ ,ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଦେବୀ ପ୍ରସାଦ ଲେଙ୍କା ଏବଂ ବିଶାଳ ମୋର୍ଯ୍ୟ । ସିନେମାରେ ସହ-ପ୍ରଯୋଜନା ଦାୟିତ୍ୱରେ ମାନବ ରଥ ,ବର୍ଣ୍ଣାଳୀ ରଥ ଏବହ ଅତୁଲ ତ୍ୟାଗି ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ଅକାଉଂଟରେ ଏହି ଫଟୋରେ ଶୁଭେଚ୍ଛା ଜଣାଇଛନ୍ତି ।

ସିନେମାରେ ସଙ୍ଗୀତ ଦେଇଛନ୍ତି ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଚିତ୍ରତ୍ତୋଳନ ଦାୟିତ୍ୱରେ ପ୍ରତାପ ରାଉତ ଏବଂ ସଂପାଦନ ଦାୟିତ୍ୱରେ ଅଛନ୍ତି ସନ୍ଦିପ୍ ସେଠୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More