ଖତରୋଁ କେ ଖିଲାଡ଼ୀରୁ ବାହାର ହେଲେ ବିକାଶ ଗୁପ୍ତା,ସେୟାର କଲେ ଇମୋଶନାଲ ପୋଷ୍ଟ ।
ବିଗବସ ୧୧ରେ ନଜର ଆସିଥିବା ବିକାଶ ଗୁପ୍ତା ଖଚ୍ଛରୋଁ କେ ଖିଲାଡ଼ୀ ୯ରୁ ବାହାର ହୋଇ ସାରିଛନ୍ତି । ଶୋ ଫିନାଲେରେ ୨ ସପ୍ତାହ ପୂର୍ବରୁ ତାଙ୍କୁ ଶୋ’ରୁ ବାହାର ହେବାକୁ ପଡ଼ିଲା । ଖବର ଅନୁସାରେ ବିକାଶଙ୍କୁ ଆଘାତ ଲାଗିଥିବା କାରଣରୁ ସେ ଶୋ ଛାଡ଼ିଛନ୍ତି ।
ଖବର ଅନୁସାରେ ବିକାଶ ଶୋ’ର ଟପ ଖେଳାଳୀଙ୍କ ମଧ୍ୟରେ ସାମିଲ ଥିଲେ । ଶୋ’ରୁ ବାହାରକୁ ଆସିବା ପରେ ବିକାଶ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଜର୍ନିକୁ ନେଇ ଇମୋଶନାଲ ପୋଷ୍ଟ କରିଛନ୍ତି ।
ଖବର ଅନୁସାରେ ବିକାଶଙ୍କ କାନ୍ଧରେ ଆଘାତ ଲାଗିଥିବା ସତ୍ୱେ ସେ ନିର୍ମାତାଙ୍କୁ ଲୁଚାଇଥିଲେ । ପେନକିଲର ନେଇ ସେ ଷ୍ଟଂଟ କରୁଥିଲେ । ଯାହାପରେ ତାଙ୍କ ଶରୀର ଅଧିକ ବିଗିଡ଼ିଗଲା । ତେଣୁ ତାଙ୍କ ନିରାପତ୍ତାକୁ ଆଖି ସାମ୍ନାରେ ରଖି ତାଙ୍କୁ ଶୋ’ରୁ ବାହାର କରିବାକୁ ପଡ଼ିଲା ।