Only for Entertainment

ବିକାଶ ଗୁପ୍ତାଙ୍କ ଉପରେ ସାପର ହମଲା,ଜାଣନ୍ତୁ ଏହାପରେ କ’ଣ ହେଲା!

FilmiBeat
0 38

ଆର୍ଜେଂଟିନାରେ ଚାଲୁଥିବା ସବୁଠାରୁ ବଡ଼ ରିଆଲିଟ ଶୋ ‘ଖତରୋଁଁ କେ ଖିଲାଡ଼ୀ’ରେ ଦୁଇଟି ଅଘଟଣା ଘଟିଯାଇଛି । ଏହି ଶୋ’ର ଦୁଇ ପ୍ରତିଯୋଗୀ ଜୋରରେ ଆଘାତ ପାଇଛନ୍ତି । ଏହାର ପ୍ରତିଯୋଗୀ ଏବଂ ବିଗବସ ଫେମ ବିକାଶ ଗୁପ୍ତା ସାପ କାମୁଡ଼ାର ଶୀକାର ହୋଇଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ଜଣେ ପ୍ରତିଯୋଗୀ ଆଦିତ୍ୟ ନାରାୟଣଙ୍କ ଆଖିରେ ଜୋରରେ ଆଘାତ ଲାଗିଛି ।

ରିପୋର୍ଟ ଅନୁସାରେ ଆର୍ଜେଂଟିନାରେ ସୁଟିଂ ହେଉଥିବା ଏହି ଶୋ’ରେ ପ୍ରତିଥର ଭଳି ଏହିଥର ମଧ୍ୟ ନିର୍ମାତା କିଛି ଭିନ୍ନ ଭାବର ଷ୍ଟଂଟ ରଖିଛନ୍ତି । ସୁଟିଂ ସମୟରେ ପ୍ରତିଯୋଗୀ ଭାରତୀଙ୍କ ଉପରେ ଏକ ଅଜଗର ସାପ ଆକ୍ରମଣ କଲା,ଭାରତୀଙ୍କୁ ଅସୁବିଧାରେ ଦେଖି ବିକାଶ ଗୁପ୍ତା ତାଙ୍କୁ ରକ୍ଷା କରିବାକୁ ବାହାରିଥିଲେ ଯେଉଁ କାରଣରୁ ତାଙ୍କୁ ସାପ କାମୁଡ଼ିଛି । ତେବେ ଏହାପରେ ତାଙ୍କୁ କିଛି ଇଂଜେକ୍ସନ ଦିଆଯାଇଛି ଏବଂ ତାଙ୍କୁ ଠିକ ହେବାପାଇଁ କିଛି ଦିନ ସମୟ ଲାଗିବ ।

ଅନ୍ୟ ପକ୍ଷରେ ଆଦିତ୍ୟ ନାରାୟଣ ମଧ୍ୟ ଏକ ଷ୍ଟଂଟ କରିବା ସମୟରେ ପଡ଼ି ଯିବାରୁ ତାଙ୍କ ଆଖିରେ ଆଘାତ ଲାଗିଥିଲା ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଦିତ୍ୟଙ୍କୁ ମଧ୍ୟ କିଛିଦିନ ଆରାମ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More