Only for Entertainment

ଫିଲ୍ମ ନୁହେଁ ଏହି ଟିଭି ଶୋ’ରେ ନଜର ଆସିବେ ବିପାଶା-କରଣ

DNA India
0 46

‘ହେଟଷ୍ଟୋରୀ-୩’ ପରେ ହ୍ୟାଣ୍ଡସମ ହଙ୍କ କରଣ ସିଂ ଗ୍ରୋଭରଙ୍କୁ କୌଣସି ଟିଭି ଶୋ ବା କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ଅନ୍ୟପକ୍ଷରେ ତାଙ୍କର ପତ୍ନୀ ବା ବଲିଉଡର ହଟ ଅଭିନେତ୍ରୀ ବିପାଶା ମଧ୍ୟ ଫିଲ୍ମ ଠାରୁ ଦୂରରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି ବିପାଶା ଏବଂ ତାଙ୍କ ପତି କରଣ ସିଂ ଗ୍ରୋଭର ଖୁବ ଶୀଘ୍ର ଏକ ଟିଭି ଶୋ’ରେ ନଜର ଆସିବେ ତେବେ ଆସନ୍ତୁ ଜାଣିବେ କେଉଁ ଶୋ’ରେ ନଜର ଆସିବେ ଏହି ଷ୍ଟାର କପଲ ।

karan

ଖବର ଅନୁସାରେ ବିପାଶା ନିଜ ପ୍ରଡ୍ୟୁସର ଏବଂ ନିର୍ଦ୍ଦେଶକମାନଙ୍କୁ କହିଛନ୍ତି ଯେ କରଣଙ୍କୁ ତାଙ୍କ ବିପକ୍ଷରେ କାଷ୍ଟ କରିବା ପାଇଁ କିନ୍ତୁ ଏହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ । ତେବେ ବିପାଶା ଏବଂ ତାଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଖୁବ ଶୀର୍ଘ କରଣ ଏବଂ ବିପାଶା ଛୋଟ ପରଦାକୁ ଫେରୁଛନ୍ତି ।

bipasha-karan

ବଲିଉଡ ଅଭିନେତ୍ରୀ ବିପାଶା ଏହାର ଖୁଲାସା କରିଛନ୍ତି । କରଣ ଏବଂ ବିପାଶା ଖୁବ ଶୀଘ୍ର କଲର୍ସର ନୂଆ ଶୋ’ ‘ଏଣ୍ଟରଟେନମେଣ୍ଟ କି ରାତ- ଦ ଏକ୍ସଟେନସନ’ରେ ନଜର ଆସିବେ । ଏହି ନୂଆ ଶୋ’କୁ ନେଇବ ବିପାଶା କହିଥିଲେ ବର୍ତ୍ତମାନ ଏହି ଶୋ’ର ନାଁ ଫାଇନାଲ ହୋଇନାହିଁ । ଏହା ଏପ୍ରିଲରେ ରିଲିଜ ହେବ ।

ଆପଣଙ୍କୁ ତ ଜଣାଥିବ ଛୋଟ ପରଦାରୁ ହିଁ କରଣ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖବର ଅନୁସାରେ ଦୁହେଁ ଏହି ଶୋ’ ପାଇଁ ସୁଟ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More