Only for Entertainment

ବିପାଶା ବସୁଙ୍କ ଟ୍ରାଡିସନାଲ ଲୁକ ଭାଇରାଲ, ପତି କରଣ ସିଂ ଗ୍ରୋଭରଙ୍କ ସହିତ ସେୟାର କଲେ ଏହି ଭିଡିଓ

latestly
62

ବଲିଉଡ ହଟ ଅଭିନେତ୍ରୀ ବିପାଶା ବସୁ ପତି କରଣ ସିଂ ଗ୍ରୋଭର ଏବଂ ଭଉଣୀମାନଙ୍କ ସହିତ ମିୁଶି ବିଜୟ ଦଶମୀ ପର୍ବକୁ ସେଲିବ୍ରେଟ କରିଛନ୍ତି । ବିପାଶା ବିବାହ ପରେ ପ୍ରଥମ ଥର ପାଇଁ ସିନ୍ଦୁର ଖେଳ ଖେଳିଛନ୍ତି ।

ବିପାଶା ନିଜ ଇଂଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଭଉଣୀ ମାନଙ୍କ ସହିତ ପ୍ରଥମ ସିନ୍ଦୁର ଖେଳ । ମିସ ୟୁ ମା-ପାପା’ ବିପାଶା ଫଟୋରେ ପାରମ୍ପରିକ ବଙ୍ଗାଳୀ ମହିଳା ଲୁକରେ ନଜର ଆସିଛନ୍ତି । ଟ୍ରାଡିସନାଲ ସାଢୀରେ ବିପାଶାଙ୍କ ଏହି ଫଟୋକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

 

 

View this post on Instagram

 

First sindoor khela after marriage with my sisters. Miss you Ma and Papa❤️ #durgadurga

A post shared by bipashabasusinghgrover (@bipashabasu) on

ଏହା ସହିତ ବିପାଶା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ କରଣ ସିଂ ଗ୍ରୋଭର ଦୁର୍ଗା ପଣ୍ଡାଲରେ ବିପାଶାଙ୍କୁ ସିନ୍ଦୁର ପିନ୍ଧାଉଛନ୍ତି । ବିପାଶା ପତି କରଣ ସିଂ ଗ୍ରୋଭରଙ୍କ ସହିତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଏକ ଦୁର୍ଗା ପଣ୍ଡାଲକୁ ଯାଇ ମା’ଙ୍କୁ ଦର୍ଶନ କରିଥିଲେ ।

 

View this post on Instagram

 

Us ❤️ #monkeylove #durgadurga

A post shared by bipashabasusinghgrover (@bipashabasu) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More