Only for Entertainment

କାହିଁକି ଆଶାବାଡ଼ି ଧରି ଚାଲୁଛନ୍ତି ବିପାଶାଙ୍କ ସ୍ୱାମୀ କରଣ?

ndtv
51

ଆକ୍ଟର କରଣ ସିଂ ଗ୍ରୋଭର ବା ଅଭିନେତ୍ରୀ ବିପାଶା ବସୁଙ୍କ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କୁ ଆଶାବାଡ଼ି ଧରି ଚାଲୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଅବସ୍ଥାରେ ଫିଲ୍ମ ଦେଖିବାକୁ ଯାଇଥିବା ସମୟରେ ଫଟୋଗ୍ରାଫର ତାଙ୍କୁ କ୍ୟାମେରାରେ କଏଦ କରିଛନ୍ତି । ତାଙ୍କ ସହିତ କଥା ହେବା ପରେ ଜଣାପଡ଼ିଲାଯେ ଜିମରେ ଅଧିକ ୱର୍କଆଉଟ କରିବା କାରଣରୁ ଏଭଳି ହୋଇଛି । ତେଣୁ ତାଙ୍କୁ ଆଶାବାଡ଼ିର ସାହାରା ନେବାକୁ ପଡ଼ିଛି । ତେବେ ଫଟୋଗ୍ରାଫର ଏହି ଫଟୋକୁ ପୋଷ୍ଟ କରି ଲେଖିଛନ୍ତିଯେ,ଆପଣଙ୍କୁ ଯତ୍ନ ନେବା ଉଚିତ କାରଣ ଜିମ ମଧ୍ୟ ଆପଣଙ୍କୁ ଆଘାତ ଦେଇପାରେ । ମୁଁ ଏହିଭଳି କେତେକ ଲୋକଙ୍କୁ ଜାଣିଛି ଯେଉଁମାନେ ହେଭି ୱର୍କଆଉଟ କରି ସମସ୍ୟାରେ ପଡ଼ିଛନ୍ତି ।

 

 

View this post on Instagram

 

Our hero ❤❤ He never tried to gain sympathy bcoz of this. #karansinghgrover #ksg

A post shared by kasha (@ksgbipsksgbips) on

ଅବଶ୍ୟ କରଣଙ୍କ ସହିତ ବିପାଶା ଯଦିଓ ନଜର ଆସିନଥିଲେ ତାଙ୍କ ଶ୍ୱଶୁର ନଜର ଆସିଛନ୍ତି । ଏକ ଇଭେଂଟରେ ମଧ୍ୟ ତାଙ୍କୁ ଏହିଭଳି ଅବସ୍ଥାରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More