Only for Entertainment

ମା’ ହେବେ କି ବିପାଶା ! ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା

Bollywood Bubble
33

ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ରମେଶ ତୌରାନୀ ନିଜ ଘରେ ଦୀପାବଳିକୁ ନେଇ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ବଲିଉଡ୍‌ ଓ ଟିଭି ଜଗତର ଅନେକ ବଡ଼ ବଡ଼ କଳାକାର ନଜର ଆସିଥିଲେ । ଅଭିନେତ୍ରୀ ବିପାଶା ବସୁ ମଧ୍ୟ ନିଜ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କ ସହ ନଜର ଆସିଥିବାର ଦେଖାଯାଇଥିଲା ।

ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିପାଶା ଗର୍ଭବତୀ ଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । କ୍ୟାମେରା ଆଗରେ ପୋଜ୍‌ ଦେଉଥିବା ସମୟରେ ବିପାଶା ବାରମ୍ବାର ନିଜର ପେଟକୁ ଲୁଚାଉଥିବାର ଦେଖାଯାଇଥିଲା । ଯାହାଦ୍ୱାରା ସେ ନିଜର ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । କିଛି ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା କରୁଥିବା ବେଳେ କିଛି ଲୋକ କ୍ୟାମେରାର ଦିଗ ଭୁଲ ଥିବାରୁ ଗର୍ଭବତୀ ଥିବା ଭଳି ଜଣା ପଡ଼ୁଥିବା କହୁଛନ୍ତି । ତେବେ ଏହି ଚର୍ଚ୍ଚା ଉପରେ ବିପାଶା କି କରଣ ସିଂହ ଗ୍ରୋଭରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More