Only for Entertainment

ପୁଅର ଜନ୍ମଦିନରେ ସିଲ୍ପା ରଖିଲେ ସୁଗାରଫ୍ରି ପାର୍ଟି,ଲଣ୍ଡନରୁ ଆସିଲା ଲଲିପପ ।

aajtak
0 47

ଫିଟନେସ ଫ୍ରିକ ରୂପରେ ଜଣାଶୁଣା ସିଲ୍ପା ସେଟ୍ଟୀ କୁନ୍ଦ୍ରା ପ୍ରାୟତଃ ନିଜ ଭିଡିଓ ଏବଂ ପୋଷ୍ଟ ଜରିଆରେ ଫିଟନେସ ମନ୍ତ୍ର ଦେଇଥାନ୍ତି । ଫିଟନେସକୁ ଧ୍ୟାନରେ ରଖି ସେ ଏହିଥର ପୁଅ ବିୟାନଙ୍କ ଜନ୍ମଦିନ ପାର୍ଟିକୁ ସୁଗାର ଫ୍ରି ରଖିଥିଲେ ।

ସିଲ୍ପା ସେଟ୍ଟୀଙ୍କ ପୁଅକୁ ୬ ବର୍ଷ ପୂରିଲା ତେଣୁ ଶୁକ୍ରବାର ଦିନ ସିଲ୍ପା ସୁଗାର ଫ୍ରି ପାର୍ଟି ରଖିଥିଲେ । ଏହି ସାନଦାର ହେଲ୍ଦୀ ଜନ୍ମଦିନରେ ସିଲ୍ପା ବିଭିନ୍ନ ପ୍ରକାରର ଫୁଡକୁ ସାମିଲ କରିଥିଲେ ।

ସିଲ୍ପା କହିଛନ୍ତିଯେ ଏହିଥର ସେ ତାଙ୍କ ପୁଅର ଜନ୍ମଦିନ ପାର୍ଟିକୁ ଏଭଳି ସେଲିବ୍ରେଟ କରିଛନ୍ତି ଯେପରି କୌଣସି ଫୁଡ ଆଇଟମରେ ରିଫାଇଣ୍ଡ ସୁଗାର ନାହିଁ । ଏହା ସହିତ ସେ ଲଣ୍ଡନରୁ ଲଲିପପ ମଗାଇଥିଲେ ଯାହା ଶୁଦ୍ଧ ଫଳରେ ପ୍ରସ୍ତୁତ ହୋଇଥିଲା । ସେଥିରେ ରିଫାଇଣ୍ଡ ସୁଗାର ନଥିଲା । ଡେଜର୍ଟ ପାଇଁ କୋକୋନଟ ସୁଗାର ଏବଂ ମହୁର ବ୍ୟବହାର କରିଥିଲେ ।

ସିଲ୍ପାଙ୍କ କହିବା ଅନୁସାରେ ଏହା ଦ୍ୱାରା ପିଲାଙ୍କୁ ସ୍ୱାସ୍ଥ୍ୟପ୍ରତି ସଚେତନ କରାଯାଇପାରିବ । ତେବେ ସିଲ୍ପା ଏହି ପାର୍ଟିର ଭିଡିଓ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More