Only for Entertainment

ଆଜି ଆଲିୟାଙ୍କ ଜନ୍ମ ଦିବସ, ଜାଣନ୍ତୁ ତାଙ୍କ ସମ୍ବନ୍ଧରେ !

times of india
0 55

ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟଙ୍କ ଜନ୍ମ ୧୫ମାର୍ଚ୍ଚ ୧୯୯୩ରେ ମୁମ୍ବାଇରେ ହୋଇଥିଲା । । ଆଜି ଏହି ଅଭିନେତ୍ରୀ ନିଜର ୨୫ତମ ଜନ୍ମଦିବସ ମନାଉଛନ୍ତି । ୬ବର୍ଷ ଫିଲ୍ମ କ୍ୟାରିୟରରେ ସେ ଆଜି ଜରେ ସଫଳ ଅଭିନେତ୍ରୀ ଅଟନ୍ତି । ନିଜର ପରିଶ୍ରମ ଏବଂ ସମର୍ପଣ ଯୋଗୁଁ ସେ ଆଜି ବଲିଉଡ ଜଗତରେ ଥିବା ଅଭିନେତ୍ରୀଙ୍କୁ ବରାବର ଟକ୍କର ଦେବା ଲାଗି ନିଜକୁ ସକ୍ଷମ କରି ପାରିଛନ୍ତି । ଆଲିୟାଙ୍କ ଜନ୍ମ ଦିବସରେ ଆଜି ଆମେ ଆପଣଙ୍କୁ ତାଙ୍କ ସମ୍ପର୍କରେ କିଛି ଏପରି କିଛି କହିବୁ ଯାହା ହୁଏତ ଖୁବ କମ ଲୋକଙ୍କୁ ଜଣାଥିବ..

09-alia-bhatt-childhood-photosଆଲିୟାଙ୍କ ଡାକ ନାମ ଆଲୁ ଅଟେ । ସେ ତାଙ୍କ ଘରେ ସବୁଠାରୁ ଗେହ୍ଲା ଅଟନ୍ତି । ତାଙ୍କ ପିତା ମହେଶ ଭଟ୍ଟ ଜଣେ ଜଣାଶୁଣା ଫିଲ୍ମ ନିର୍ମାତା ଅଟନ୍ତି ଏବଂ ମା ସୋନି ରାଜଦାନ ଜଣେ ଅଭିନେତ୍ରୀ ଅଟନ୍ତି ।
ଆଲିୟା ଚାଇଲ୍ଡ ଆର୍ଟିଷ୍ଟ ରୂପେ ୧୯୯୯ରେ ରିଲିଜ ହୋଇଥିବା ସଂଘର୍ଷ ଫିଲ୍ମରେ ଅଭିନୟ କରିଥିଲେ । ଏଥିରେ ସେ ପ୍ରୀତି ଜିଂଟାଙ୍କ ପିଲାଦିନର ଅଭିନୟ କରିଥିଲେ ।

୨୦୧୨ରେ ସେ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର’ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅଭିନୟ କରିବା ଲାଗି ୫୦୦ଜଣ ଝିଅ ଅଡିଶନ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଲିୟା ଭଟ୍ଟଙ୍କୁ ମନୋନୀତ କରାଯାଇଥିଲା । କିନ୍ତୁ ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ଲାଗି ସର୍ତ୍ତ ରଖାଯାଇଥିଲା । ସର୍ତ୍ତ ଥିଲା ଯେ ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ଲାଗି ୧୬କିଲୋ ଓଜନ ୩ମାସରେ ଘଟାଇବାର ଅଛି ।

ଆଲିଆ ଅନୁପମ ଖେରଙ୍କ ଚାଟ ସୋ’ରେ ପିତା ମହେଶ ଭଟ୍ଟଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସହ ବିବାହ କରିବାକୁ ଚାହାନ୍ତି ନାହିଁ ବୋଲି ଖୁଲାସା କରିଥିଲେ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଆଲିୟାଙ୍କୁ ବିମାନରେ ଯାତ୍ରା କରିବାକୁ ଡର ଲାଗେ । ସେ ବିମାନରେ ଯାତ୍ରା କଲାବେଳେ ଅଧୀର ହୋଇପଡନ୍ତି ।

thequint_2015-09_486c6f0a-3755-4ef1-a000-e242be2190ae_family-heroଆଲିୟା ତାଙ୍କ ପିତାଙ୍କୁ ଭଳ ପାଆନ୍ତି ମାତ୍ର ସେ ମାମାଙ୍କ ଗର୍ଲ ଅଟନ୍ତି ।

katrina aliaଆଲିୟା ବଲିଉଡ ଜପତରେ ସମସ୍ତଙ୍କ ପ୍ୟାରୀ ଅଟନ୍ତି । ସେ କରିନା କପୁରଙ୍କ ବଡ ଫ୍ୟାନ ଅଟନ୍ତି । ଏହାସହ ସେ କ୍ୟାଟରିନାଙ୍କ ଘନିଷ୍ଠ ବନ୍ଧୁ ଅଟନ୍ତି । ଦୁହେଁ ଏକାସହ ଜିମ ମଧ୍ୟ ଯା’ନ୍ତି ।

brahmastra-twitter_650x400_51514904242ତାଙ୍କ ପ୍ରଫେସନଲ ଲାଇଫ ବିଷୟରେ ଯଦି କହିବା କିଛି ଦିନ ହେବ ସେ ବୁଲଗେରିଆରେ ସେ ତାଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ବିଶେେ ସୂତ୍ରରୁ ପ୍ରକାଶ ଯେ ସେ ତାଙ୍କ ଜନ୍ମଦିବସ ରାତିରେ ରଣବୀର ଏବଂ ଅୟାନ ମୁଖାର୍ଜୀଙ୍କ ସହ ସେଲିବ୍ରେଟ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More