Only for Entertainment

ଜନ୍ମ ଦିବସ ଉପଲକ୍ଷେ: ଏହି ଗାୟିକା ପ୍ରଥମ ଗୀତ ଗାଇ ହୋଇଥିଲେ ହିଟ୍ !

vervemagazine
0 49

ବଲିଉଡରେ ଅନେକ ମହିଳା କଣ୍ଠଶିଳ୍ପୀ ଅଛନ୍ତି ଯେଉଁମାନେ ତାଙ୍କ ସ୍ୱରର ଯାଦୁରେ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିବାରେ ସକ୍ଷମ ହୋଇପାରିଛନ୍ତି । ସେମାନଙ୍କ ମଧ୍ୟରୁ ଆଜି ଆମେ କହିବାକୁ ଚାହୁଁଛୁ ଶ୍ରୀୟା ଘୋଷାଲଙ୍କ ସମ୍ପର୍କରେ, ସେ କଳା ଜଗତରେ ଏକ ଭିନ୍ନ ପରିଚୟ ପ୍ରତିପାଦନ କରିପାରିଛନ୍ତି । ଶ୍ରୀୟା ଅଳ୍ପ ବୟସରେ ଉଚ୍ଚତାକୁ ଛୁଇଁ ସମସ୍ତଙ୍କ ହୃଦୟରେ ଜାଗା କିଣିନେଇଛନ୍ତି । ଶ୍ରୀୟା ନିଜ ସଂଗୀତ ମାଧ୍ୟମରେ ଅନେକ ଆୱାର୍ଡ ମଧ୍ୟ ହାସଲ କରିଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଆଜି ହେଉଛି ଶ୍ରୀୟାଙ୍କ ୩୪ତମ ଜନ୍ମ ଦିବସ । ଶ୍ରୀୟାଙ୍କ ଜନ୍ମ ୧୨ ମାର୍ଚ୍ଚ ୧୯୮୪ରେ ହୋଇଥିଲା । ତାଙ୍କ ଜୀବନ ଏଭଳି ଅନେକ କାହାଣୀ ଘଟିଛି ଯାହା ଅତ୍ୟନ୍ତ ରୋମାଂଚକ ଥିଲା । ଆସନ୍ତୁ ଆଜି ଆମେ ତାଙ୍କ ବିଷୟରେ କିଛି ଏଭଳି ମହତ୍ୱପୂର୍ଣ୍ଣ ତଥ୍ୟ ବତାଇବୁ ।

୧. ଶ୍ରୀୟା ଯେତେବେଳେ ଚାରି ବର୍ଷ ବୟସରେ ହୋଇଥିଲେ ସେବେଠାରୁ ସେ ହାରମୋନିଅମ ବଜାଇବା ଶିଖିଥିଲେ ଏବଂ ମା’ଙ୍କ ସହ ମିଶି ହାରମୋନିଅମ ବଜାଇଥିଲେ ।

୨. ଏହି ପ୍ରସିଦ୍ଧ ଗାୟିକା ନିର୍ଦ୍ଧେଶକ ସଂଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଧେଶିତ ଫିଲ୍ମ ‘ଦେବଦାସ’ରେ ୫ଟି ଗୀତରେ ନିଜର କଣ୍ଠଦାନ ଦେଇ ତାଙ୍କର ପ୍ୟାରିୟର ଆରମ୍ଭ କରି୍ଥିଲେ ।

୩. ଶ୍ରୀୟାଙ୍କ ପ୍ରଥମ ଗୀତ ବୈରୀ ପିୟା ଆଜି ବି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିପକାଉଛି ।

୪. ଶ୍ରୀୟାଙ୍କୁ ତାଙ୍କ ଆଦର୍ଶ ସମ୍ପର୍କରେ ପଚାରିଲେ ସେ କୁହନ୍ତି ଯେ ଲତା ମଙ୍ଗେସକର ଦ୍ୱାରା ସେ ଅନୁପ୍ରାଣିତ ।

୫. ଶ୍ରୀୟା କେବଳ ହିନ୍ଦୀ ନୁହେଁ ତାମିଲ, ତେଲୁଗୁ, ମାଲୟଲାମ, କନ୍ନଡ, ଗୁଜୁରାତି, ମରାଠୀ, ଭୋଜପୁରୀ ଭାଷାରେ ମଧ୍ୟ ନିଜର କଣ୍ଠ ଦାନ କରିଛନ୍ତି ।

୬. ଶ୍ରୀୟାଙ୍କର ଅଭିନୟ ପ୍ରତି କୌଣସି ରୁଚି ନାହିଁ । ପ୍ରଥମରୁ ହିଁ କଣ୍ଠଶିଳ୍ପୀ ହେବାର ସ୍ୱପ୍ନ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More