Only for Entertainment

Birthday Special : ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ କିଆରା ବଦଳାଇଥିଲେ ନାମ, ବୋଲ୍ଡ ସିନ ଦେଇ ମଚାଇଥିଲେ ହଇଚଇ

150

ବଲିଉଡ ହଟ ଅଭିନେତ୍ରୀ କିଆରା ଆଡଭାଣୀ ଆଜି ୨୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୨୦୧୪ରେ ଫିଲ୍ମ ‘ଫୁଗଲୀ’ ଜରିଆରେ ବଲିଉଡ ଫିଲ୍ମରେ ପାଦ ଦେଇଥିବା କିଆରା ଖୁବ କମ ସମୟରେ ବଲିଉଡରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ।

ପ୍ରଥମେ ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ ଫିଲ୍ମ ‘ମହେନ୍ଦ୍ର ସିଂ ଧୋନି : ଦ ଅନଟୋଲ୍ଡ ଷ୍ଟୋରୀ’ରେ ସାକ୍ଷୀ ଧୋନିଙ୍କ ଚରିତ୍ରରେ ଅଭିନ ୟ କରି ଫ୍ୟାନ୍ସଙ୍କ ମଧ୍ୟରେ ପରିଚିତ ହୋଇଥିଲେ । ଫିଲ୍ମରେ ତାଙ୍କ କାମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

କିଆରା ଫିଲ୍ମ ସହିତ ୱେବ ସିରିଜରେ ମାଧ୍ୟମରେ ମଧ୍ୟ ଖୁବ ପ୍ରଶଂସା ସାଉଟିଛନ୍ତି । ନେଟଫ୍ଲିକ୍ସ ୱେବ ସିରିଜ ‘ଲଷ୍ଟ ଷ୍ଟୋରୀଜ’ରେ କିଆରାଙ୍କ ବୋଲ୍ଡ ସିନ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ସିନ ପାଇଁ କିଆରା ଟ୍ରୋଲ ମଧ୍ୟ ହୋଇ ଥିଲେ । କିନ୍ତୁ କିଆରା ନିଜ କାମକୁ ସବୁବେଳେ ପଜିଟିଭରେ ହିଁ ନେଇଥାନ୍ତି ।

କିଆରା ଏକ ଚାଟ ଶୋ’ରେ ଖୁଲାସା କରିଥିଲେ ଯେ, ତାଙ୍କର ଅସଲି ନାମ ଆଲିଆ ଥିଲା । ସଲମାନ ଖାନଙ୍କ ଉପଦେଶ ଏବଂ ବଲିଉଡରେ ପାଦ ପଖିବା ପୂର୍ବରୁ ସେ ନିଜ ନାମକୁ ବଦଳାଇ କିଆରା ରଖିଥିଲେ । ସଲମାନ ତାଙ୍କୁ କହିଥିଲେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଦୁଇ ଦୁଇଟି ଆଲିଆ ରହିପାରିବେ ନାହିଁ । କାରଣ ଆଲିଆ ଭଟ୍ଟ ବଲିଉଡରେ ଖୁବ ପପୁଲାର ଅଭିନେତ୍ରୀ ତେଣୁ ସେ ନାମ ବଦଳାଇ କିଆରା ଆଡଭାଣୀ ରଖିଥିଲେ ।

କିଆରା ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କବିର ସିଂ’ ଜରିଆରେ ଦର୍ଶକଙ୍କ ଦୃଦୟ ଜିତି ନେଇଛନ୍ତି । ଫିଲ୍ମରେ ପ୍ରିତି ସିଂ କ୍ୟାରେକ୍ଟରକୁ ଲୋକେ ଖୁବ ପସନ୍ଦ କରିଥିଲେ । ସାହିଦଙ୍କ ସହିତ ତାଙ୍କର ଯୋଡିକୁ ଲୋକେ ଖବ ପ୍ରଶଂସା କରିଥିଲେ । ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଥିଲା ।

କନକ ଲାଇଫଷ୍ଟାଇଲ ପରିବାର ତରଫରୁ କିଆରା ଆଡଭାଣୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More