Only for Entertainment

ଯେତେବେଳେ ଫିଲ୍ମ ସେଟ୍ରେ ଫ୍ୟାନଙ୍କୁ ଚାପୁଡ଼ା ମାରିଥିଲେ ଗୋବିନ୍ଦା ।

youtube
18

ଆଜି ଅର୍ଥାତ ୨୧ ଡିସେମ୍ବରକୁ ନିଜର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା । ୮୦ ଏବଂ ୯୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରିଥିଲେ ଏହି ଅଭିନେତା । ତେବେ ଆଜି ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା କିଛି ଖାସ କଥା ।

୧୬ ଜାନୁୟାରୀ ୨୦୦୮ରେ ଗୋବିନ୍ଦା ସେଟ୍ରେ ଜଣେ ଫ୍ୟାନଙ୍କୁ ଚାପୁଡ଼ା ମାରିଥିଲେ । ଏହାକୁ ନେଇ ଖୁବ ବିବାଦ ମଧ୍ୟ ହୋଇଥିଲା । ତେବେ ସନ୍ତୋଷ ନାମକ ଜଣେ ବ୍ୟକ୍ତିକୁ ଗୋବିନ୍ଦ ଚାପୁଡ଼ା ମାରିଥିଲେ । ବାସ୍ତବରେ ଗୋବିନ୍ଦା ‘ମନି ହେ ତୋ ଧନୀ ହୈ’ର ସୁଟିଂ କରୁଥିଲେ । ତେବେ ଟିଭିକୁ ଏକ ଇଂଟରଭ୍ୟୁ ଦେଉଥିବା ସମୟରେ ସେ ତାଙ୍କର ଏହି ଫ୍ୟାନକୁ ଚାପୁୂଡ଼ା ମାରିଥିଲେ । ଅବଶ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ବିନା ସର୍ତ୍ତରେ ସେ ତାଙ୍କୁ କ୍ଷମା ମାଗିଥିଲେ ।

ମୁୁମ୍ବାଇର ବିରାରରେ ୨୧ ଡିସେମ୍ବର ୧୯୬୩ରେ ଗୋବିନ୍ଦାଙ୍କ ଜନ୍ମ ହୋଇଥିଲା । ସେ ତାଙ୍କର ସମସ୍ତ ଭାଇ ଭଉଣୀଙ୍କ ମଧ୍ୟରେ ସୁବଠାରୁ ଛୋଟ,ତେଣୁ ତାଙ୍କୁ ପ୍ରେମରେ ସମସ୍ତେ ଚିଚି ଡାକନ୍ତି । ପଂଜାବୀ ଭାଷାରେ ଚିଚିର ଅର୍ଥ ଛୋଟ ଆଙ୍ଗୁଠି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More