Only for Entertainment

ବିବାହ ପରେ ଲିଭଇନରେ ଥିଲେ ଏହି ଅଭିନେତା, ପତ୍ନୀ କରିଥିଲେ କେସ !

bridebox
0 78

ଅଭିନେତା, ନିର୍ଦ୍ଦେଶକ, କୋରିଓଗ୍ରାଫର ପ୍ରଭୁଦେବାଙ୍କୁ ଆଜି ୪୪ବର୍ଷ ହୋଇଯାଇଛି । ହିନ୍ଦୀ ବ୍ୟତୀତ ତାମିଲ,ତେଲୁଗୁ,କନ୍ନଡ ଏବଂ ମାଲାୟଲାମ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି । ପ୍ରଭୁଦେବା ନିଜ କ୍ୟାରିୟର କୋରିଓଗ୍ରାଫିରୁ ଆରମ୍ଭ କରିଥିଲେ । ପ୍ରଶଂସକମାନେ ତାଙ୍କୁ ଭାରତର ମାଇକେଲ ଜ୍ୟାକସନ ରୂପେ ଜାଣନ୍ତି । ସେ ୨ଥର ବେଷ୍ଟ କୋରିଓଗ୍ରାଫର ନ୍ୟାଶନାଲ ଫିଲ୍ମ ଆୱାର୍ଡ ପାଇ ସାରିଲେଣି ଏବଂ ଫିଲ୍ମ ଫେଆର ଆୱାର୍ଡ ମଧ୍ୟ ସେ ପାଇସାରିଲେଣି ।

a81ec1c59ed9a1bdebd7b4216174be70
ପ୍ରଭୁଦେବାଙ୍କ ଜନ୍ମ ୧୯୭୩ରେ କର୍ଣ୍ଣାଟକର ମୈସୁରରେ ହୋଇଥିଲା । ତାଙ୍କର ପିତା ‘ମୁରୁଗ ସୁନ୍ଦର’ସାଉଥର ପ୍ରସିଦ୍ଧ କୋରିଓଗ୍ରାଫର ଥିଲେ । ତାଙ୍କ ଠାରୁ ପ୍ରଭୁ ଡ୍ୟାନ୍ସ ଶିକ୍ଷାପ୍ରାପ୍ତ କରିଥିଲେ । ୨୦୦୯ରେ ତାଙ୍କ ପ୍ରଥମ ନିର୍ଦ୍ଦେଶନା ଫିଲ୍ମ ଥିଲା ‘ୱାଂଟେଡ’ଏବଂ ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ପ୍ରଭୁ ସଲମାନଙ୍କ ସହ ଡ୍ୟାନ୍ସ ମଧ୍ୟ କରିଥିଲେ । ଏହାପରେ ରାଓଡି ରାଠୋର, ଏକ୍ସନ ଜ୍ୟାକସନ, ଦବଙ୍ଗ-୩ ଭଳି ଅନେକ ଫିଲ୍ମ ତାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ କରାଯାଇଥିଲା ।

va in the still from movie Ramaiya Vastavaiya shown to user
ଡ୍ୟାନ୍ସ ସୁପରଷ୍ଟାର ପ୍ରଭୁଙ୍କ ବିଷୟରେ ଅନେକ ଲୋକ ଅନେକ କଥା ଜାଣନ୍ତି ମାତ୍ର ହୁଏତ ତାଙ୍କ ପର୍ଶନାଲ ଲାଇଫ ବିଷୟରେ ଖୁବ କମ ଲୋକ ଜାଣନ୍ତ । ପ୍ରଭୁଙ୍କ ଜୀବନରେ ଅନେକ ବିବାଦ ଭରି ରହିଛି । ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା ଅଭିନେତ୍ରୀ ତାଙ୍କ ପତ୍ନୀ ଅଟନ୍ତି । ମାତ୍ର ତାଙ୍କର କୌଣସି କାରଣରୁ ବିବାହ ସମ୍ପର୍କ ବିଚ୍ଛେଦ ହୋଇ ଯାଇଥିଲା ।
ବିଶେଷ ସୂତ୍ରରୁ ପ୍ରକାଶ ଯେ ନୟନତାରା ପ୍ରଭୁଙ୍କୁ ବହୁତ ଭଲ ପାଇଥିଲେ, ଏତେ ଭଲ ପାଇଥିଲେ ଯେ ସେ ଇସାଇ ଧର୍ମକୁ ତ୍ୟାଗ କରି ହିନ୍ଦୁ ଧର୍ମକୁ ଆପଣେଇଥିଲେ । ଏହାମଧ୍ୟ ଶୁଣିବାକୁ ମିଳିଥିଲା ଯେ ଦୁହେଁ ଅନେକ ସମୟ ଧରି ଲିଭ ଇନରେ ରହୁଥିଲେ ।

laebaghavali-Movie-Stills-9
ଏହାପରେ ପ୍ରଭୁଙ୍କ ବିବାହ ରାମଲତାଙ୍କ ସହ ହୋଇଥିଲା । ସେ ବିବାହ ପରେ ତାଙ୍କ ନାମ ଲତା ରଖିଥିଲେ । ପ୍ରଭୁଦେବା ପତ୍ନୀଙ୍କୁ ଯେତେବେଳେ ଦୁହିଁଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ରାଗି ଯାଇଥିଲେ ଏବଂ ୨୦୧୦ରେ ପାରିବାରିକ ନ୍ୟାୟାଳୟରେ ମାମଲା ରୁଜୁ କରାଇଥିଲେ । ସେ ନୟନତାରାଙ୍କ ଠାରୁ ଦୂରେଇ ରହିବା ପାଇଁ ମଧ୍ୟ କହିଥିଲେ ।
ପ୍ରଭୁଦେବା ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଥିବା ସମ୍ପର୍କରେ ଅନେକ ଅସୁବିଧା ଦେଖିବାକୁ ମିଳିଥିଲା ଏବଂ ତାଙ୍କ ପତ୍ନୀ ଭୋକିଲା ରହିବା ଧମକ ମଧ୍ୟ ଦେଉଥିଲେ । ତାଙ୍କ ସମର୍ଥନ କରିବାକୁ ଯାଇ ଅନେକ ମହିଳା ସଂଗଠନ ନୟନତାରାଙ୍କ ବିପକ୍ଷରେ ଆୱାଜ ଉଠାଇଥିଲେ । ୨୦୧୧ରେ ସେ ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ଏହାପରେ ନୟନତାରା ଗଣମାଧ୍ୟମରେ ପ୍ରଭୁଦେବା ଏବଂ ତାଙ୍କ ମଧ୍ୟରେ କୌଣସି ସମ୍ପର୍କନଥିବା ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More