Only for Entertainment

ବିବାହ ପାଇଁ ଧର୍ମ ବି ବଦଳାଇ ଦେଇଥିଲେ ଦିବ୍ୟା, ତଥାପି ବଦଳିନଥିଲା ତାଙ୍କ ଭାଗ୍ୟ ! ଜାଣନ୍ତୁ ଦିବ୍ୟା ଭାରତୀଙ୍କ ଭିତିରି କଥା

YouTube
0 60

ସାଜିଦ ନାଡିଆୱାଲା ବଲିଉଡର ଫେମସ ନିର୍ଦ୍ଦେଶକ ଏବଂ ପ୍ରଯୋଜକ । ସେ ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟରେ ଅଧିକାଂଶ ଫିଲ୍ମ ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ସହିତ କରିଛନ୍ତି । ଜୁଡୱା, ହେ ବେବି, ରଙ୍ଗୁନ, ଢିଶୁମ, ତମାଶା, ହିରୋପନ୍ତି, କିକ ଓ ମୁଝସେ ଶାଦି କରୋଗୀ ପରି ଅନେକ ଫିଲ୍ମ ନିର୍ମାଣ କରିଥିବା ସାଜିଦ ନାଡିଆୱାଲାଙ୍କ ଜନ୍ମ ୧୮ ଫେବୃୟାରୀ ୧୯୬୬ରେ ହୋଇଥିଲା । ସାଜିଦଙ୍କ ଜନ୍ମଦିନରେ ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନର ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ।

୧୯୯୨ରେ ସାଜିଦ ନାଜିଆୱାଲା ଲୁଚାଛପା ଭାବେ ଫିଲ୍ମ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ସହିତ ବିବାହ କରିଥିଲେ । ଏହି ବିବାହର ଏକ ମାତ୍ର ସାକ୍ଷୀ ଗୋବିନ୍ଦା ଥିଲେ । ଗୋବିନ୍ଦା ସେମାନଙ୍କୁ ପୁରା ସହଯୋଗ କରିଥିଲେ । କିନ୍ତୁ କିଛି ଦିନ ପରେ ଦିବ୍ୟା ଭାରତୀଙ୍କର ରହସ୍ୟମୟ ଭାବେ ଆପାର୍ଟମେଣ୍ଟରୁ ପଡି ମୃତ୍ୟୁ ହୋଇଥିଲା । ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଅନେକ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି ।

divya

୧୬ ବର୍ଷ ବୟସରେ ସାଜିଦ ନାଜିଆୱାଲାଙ୍କ ସହିତ ଦିବ୍ୟା ଭାରତୀଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ୧୯୯୦ରେ ଗୋବିନ୍ଦା ଓ ଦିବ୍ୟା ଭାରତୀଙ୍କ ଫିଲ୍ମ ‘ଶୋଲା ଔର ଶବନମ’ର ସୁଟିଂ କରୁଥିବା ବେଳେ ସାଜିଦ ନିଜ ବନ୍ଧୁ ଗୋବିନ୍ଦାଙ୍କ ସହିତ ଦେଖା କରିବା ପାଇଁ ସୁଟିଂ ସେଟକୁ ଯାଇଥିଲେ । ଗୋବିନ୍ଦା ହିଁ ଦୁଇ ଜଣଙ୍କୁ ପ୍ରଥମ ଥର ପାଇଁ ଦେଖାକରାଇଥିଲେ । ଦେଖୁ ଦେଖୁ ସାଜିଦ ପ୍ରତ୍ୟେକ ଦିନ ସେଟକୁ ଆସିବାକୁ ଲାଗିଲେ ଏହାପରେ ତାଙ୍କୁ ଦିବ୍ୟାଙ୍କ ସହିତ ଗଭୀର ପ୍ରେମ ହୋଇଯାଇଥିଲା । ଏକ ଇଣ୍ଟରଭ୍ୟୁରେ ସାଜିଦ କହିଥିଲେ, ’୧୫ ଜାନୁଆରୀ ୧୯୯୨ରେ ଦିବ୍ୟା ବିବାହ କରିବା ପାଇଁ ଦାବି କରିଥିଲେ । ତା’ ପର ଦିନ ଦିବ୍ୟାଙ୍କ ନାମ ଅନ୍ୟ ସହ- କଳାକାରଙ୍କ ସହିତ ଯୋଡା ହେବା କାରଣରୁ ସେ ଖୁବ ଚିନ୍ତାରେ ଥିଲେ । ଏହି ସବୁୁ ଗୁଜବର ଜବାବ ଦେବା ପାଇଁ ଦିବ୍ୟା ବିବାହ କରିବା ପାଇଁ ଚାହୁଁଥିଲେ ।’

୨୦ ମେ ୧୯୯୨ରେ ହେୟର ଡ୍ରେସର ସଂଧ୍ୟା ଏବଂ ତାଙ୍କ ପତିଙ୍କ ଉପସ୍ଥିତିରେ ଦିବ୍ୟା-ସାଜିଦଙ୍କର ବିବାହ ହୋଇଥିଲା । ଦିବ୍ୟା ଇସଲାମ ଧର୍ମକୁ ଆପଣାଇଥିଲେ ଏବଂ ନିଜ ନାମକୁ ବଦଳାଇ ‘ସନା’ ରଖିଥିଲେ । ସାଜିଦ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଆମେ ଦୁଇ ଜଣ ଆମ ବିବାହକୁ ସମସ୍ତଙ୍କଠାରୁ ଲୁଚାଇ ରଖିଥିଲୁ କାରଣ ଦିବ୍ୟାଙ୍କ କ୍ୟାରିୟର ଉପରେ ଏହାର ପ୍ରଭାବ ପଡିଥାନ୍ତା । ଦିବ୍ୟା ସର୍ବଦା ନିଜ ବିବାହ ବିଷୟରେ ସମସ୍ତଙ୍କୁ କହିବା ପାଇଁ ଚାହୁଁଥିଲେ କିନ୍ତୁ ମୁଁ ତାଙ୍କୁ ବାରମ୍ବାର ମନା କରୁଥିଲି ।’

୧୯୯୩ରେ ଦିବ୍ୟା ଭରତୀଙ୍କର ମୁତ୍ୟୁ ହୋଇଥିଲା । ଏହାପରେ ତାଙ୍କ ମୁତ୍ୟୁର ଆରୋପ ସାଜିଦଙ୍କ ଉପରେ ଲାଗିଥିଲା । ତାଙ୍କ ଉପରେ କେସ ମଧ୍ୟ କରାଯାଇଥିଲା । ସାଜିଦଙ୍କ ଜୀବନରେ ଅନେକ କଠିନ ସମସ୍ୟା ଆସିଛି କିନ୍ତୁ ବରଦା ଖାନ ଏଣ୍ଟି ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା । ବର୍ତ୍ତମାନ ସାଜିଦ ଏବଂ ବରଦାଙ୍କ ବିବାହକୁ ୧୫ ବର୍ଷ ହୋଇଗଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More