Only for Entertainment

ଅବରାମଙ୍କୁ କୁହାଯାଇଥିଲା ଶାହରୁଖଙ୍କ ବଡ ପୁଅଙ୍କ ଲଭ ଚାଇଲ୍ଡ, ଜନ୍ମକୁ ନେଇ ଉଠିଥିଲା ଅନେକ ବିବାଦ

you tube
0 36

ଶାହାରୁଖ ଖାନଙ୍କ ସବୁଠାରୁ ସାନ ପୁଅ ଅବରାମଙ୍କ ଜନ୍ମ ୨୭ ମଇ ୨୦୧୩ରେ ହୋଇଥିଲା । ଅବରାମ ଆଜି ୫ ବର୍ଷରେ ପଦାର୍ପଣ କରିଛନ୍ତି । ଏବେ ଅବରାମ ଏତେ ଫେମସ ଯେ ଲୋକେ ଶାହରୁଖଙ୍କୁ ଛାଡି ଅବରାମ ଫଟୋ ନେବାକୁ ଚାହିଁଥାନ୍ତି । ନିକଟରେ ଅବରାମଙ୍କୁ ଆଇପିଏଲ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିଥିଲା । ଆଜି ଅବରାମ ଷ୍ଟାର କିଡଙ୍କ ତାଲିକାରେ ଶୀର୍ଷରେ ଥିଲେ ମଧ୍ୟ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ଜନ୍ମକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ।

Shah-Rukh-Khan-family-photo1

ଶାହରୁଖ ଏବଂ ଗୌରୀ ଖୁଲାସା କରିଥିଲେ ଯେ ତାଙ୍କର ଏହି ତୃତୀୟ ସନ୍ତାନ ସରୋଗେସୀ ଜରିଆରେ ହୋଇଛି । ସେତେବେଳେ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ପ୍ରଶ୍ନ ଉଠିଥିଲା ୫୦ରେ ପହଁଚିଥିବା ଶାହରୁଖଙ୍କର ତୃତୀୟ ସନ୍ତାନର କ’ଣ ଆବଶ୍ୟକତା ଥିଲା ।

sahrukh

ଏହା ମଧ୍ୟ ସମସ୍ତେ ଜାଣିବାକୁ ଚାହୁଁଥିଲେ ଯେ ଅବରାମଙ୍କୁ ଜନ୍ମ କିଏ ଦେଲା । ଏହା ପରେ ଶୁଣିବାକୁ ମିଳିଲା ଯେ ଅବରାମଙ୍କୁ ଗୌରୀଙ୍କ ଭାଉଜ ଜନ୍ମ ଦେଇଥିଲେ । କିନ୍ତୁ ଏହାକୁ ନେଇ ଶାହରୁଖ ଏବଂ ଗୌରୀ କେବେ ହେଲେ ମଧ୍ୟ ମୁହଁ ଖୋଲିନାହାଁନ୍ତି ।

fmly

ସରୋଗେସୀ ବିବାଦ ଥମିନଥିବା ବେଳେ ଅବରାମଙ୍କୁ ନେଇ ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଲା । ଶୁଣିବାକୁ ମିଳିଥିଲା ଯେ ଶାହରୁଖ ଖାନ ବଡ ପୁଅ ଆର୍ଯ୍ୟନଙ୍କ ଫିଚର୍ସ ଠାରୁ ମଧ୍ୟ ଭଲ ଫିଚର୍ସ ଚାହୁଁଥିଲେ । ଏହି କାରଣରୁ ସେ ଜେନେଟିକ୍ସ ନିର୍ଣ୍ଣୟ କରି ଏହି ଛୁଆକୁ ଜନ୍ମ ଦେଇଛନ୍ତି ଯାହାର ଷ୍ଟାର ଭ୍ୟାଲୁ ରହିବ । ଏହାକୁ ନେଇ ଶାହାରୁଖ ଖାନଙ୍କ ଉପରେ ଲିଙ୍ଗ ଜାଂଚ କରିଥିବାର ଆରୋପ ମଧ୍ୟ ଲାଗିଥିଲା ।

imgshah-rukh-khan-will-be-seen-quotfanquot-double-role

ଶାହାରୁଖ ଏହାକୁ ବିରୋଧ କରି ବୟାନ ଦେଇଥିଲେ । ସେ କହିଥିଲେ ସେ ଶିକ୍ଷିତ ଏବଂ ଏପରି କରିବାକୁ ସେ କେବେ ହେଲେ ବି ଭାବି ନାହାଁନ୍ତି । ଏହା ପରେ ଏଭଳି ଏକ ଖବର ସାମ୍ନାକୁ ଆସିଲା ଯାହା ଶାହରୁଖଙ୍କ ପରିବାରକୁ ହଲାଇ ଦେଇଥିଲା । ଟ୍ରେଡ ଟକ୍ସରେ ଶାହରୁଖ କହିଥିଲେ ଯେ ଏହା କେବେ ସେ କଳ୍ପନା ମଧ୍ୟ କରିନଥିଲେ । ଖବର ଆସିଥିଲା ଯେ ଅନେକ ଲୋକ ଅବରାମବଙ୍କୁ ଶାହରୁଖଙ୍କ ବଡ ପୁଅ ଆର୍ଯ୍ୟନଙ୍କ ଲଭ ଚାଇଲ୍ଡ ବୋଲି କହିଥିଲେ ।

abram

ସେହି ସମୟରେ ୟୁରୋପରେ ଆର୍ଯ୍ୟନ ଏକ ଝିଅ ସହିତ ଗାଡି ଚଲାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାକୁ ଶାହରୁଖ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ ଆର୍ଯ୍ୟନଙ୍କ ପାଖରେ ୟୁରୋପରେ ଡ୍ରାଇଭ କରିବାର ଲାଇସେନ୍ସ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More