Only for Entertainment

ବର୍ଥଡେ ସ୍ପେଶାଲ: ଯେତେବେଳେ ଅମରୀଶ ପୁରି ସମସ୍ତଙ୍କ ସମ୍ମୁଖରେ ଆମୀରଙ୍କୁ କରିଥିଲେ ଗାଳି !

36

ହିନ୍ଦୀ ସିନେମା ପରଦାରେ ସବୁଠାରୁ ଦମଦାର ଖଳନାୟକ ରୁପେ ନିଜ ପରିଚୟ ବନାଇଥିବା ଅମରିଶ ପୁରିଙ୍କ ଜନ୍ମ ୨୨ଜୁନରେ ହୋଇଥିଲା । ନିଜ ଫିଲ୍ମୀ କ୍ୟାରିଅରରେ ସଫଳତାର ନୂଆ କଥା ଲେଖିଥିବା ଅମରିଶ ଖାନ ବଂଶ ସହ ଅନେକ ଫିଲ୍ମ କରିଛନ୍ତି । କିନ୍ତୁ ସବୁଠାରୁ ମଜାଦାର କଥା ହେଉଛି ସେ କେବେ ଆମୀର ଖାନଙ୍କ ସହ ପରଦାରେ ନଜର ଆସିନାହାନ୍ତି ।

ଆଜ୍ଞା ହଁ ଏହା ସତ ଯେ ସେ କେବେ ଆମୀରଙ୍କ ସହ ସ୍କ୍ରିନ ଶେୟାର କରି ନାହାନ୍ତି । ଦାମିନୀ ଫିଲ୍ମରେ ଆମୀରଙ୍କର କାମିଓ ରୋଲ ରହିଥିଲା । ଏହି ଫିଲ୍ମରେ ଅମରିଶ ପୁରୀ ମଧ୍ୟ ଥିଲେ କିନ୍ତୁ ଦୁହେଁ ଏକା ସହ ସ୍କ୍ରିନ ଶେୟାର କରିନଥିଲେ । ମଜାଦାର କଥା ଏହା ମଧ୍ୟ ଯେ ଆମୀରଙ୍କ କ୍ୟାରିଅର ଆରମ୍ଭରେ ପୁରି ସାହେବ ସେଟରେ ସବୁ ଲୋକଙ୍କ ଆଗରେ ଗାଳି କରିଥିଲେ ।

ଏହି ଘଟଣା ୧୯୮୫ର । ଆମୀର ଖାନଙ୍କ କକା ଏବଂ ପ୍ରସିଦ୍ଧ ନିର୍ଦ୍ଦେଶକ ନାସିର ହୁସୈନ ‘ଜବରଦସ୍ତ’ ଫିଲ୍ମ ବନାଉଥିଲେ । ଆମୀର ଖାନ ଏଥିରେ ତାଙ୍କ କଳାଙ୍କୁ ଆସିଷ୍ଟ କରୁଥିଲେ । ସେ ଏହାପୂର୍ବରୁ ନାସିରଙ୍କୁ ୧୯୮୪ରେ ‘ମଂଜିଲ ମଂଜିଲ’ରେ ଆସିଷ୍ଟ କରିଥିଲେ । ଯୁବା ଆମୀର ନିଜ କାମକୁ ନେଇ ଖୁବ ସିରିଅସ ଥିଲେ ଏବଂ ନୂଆ ଅନ୍ଦାଜରେ କାମ କରୁଥିଲେ । ଯାହା ତାଙ୍କ କଳାଙ୍କୁ ଖୁବ ପସନ୍ଦ ଥିଲା ।

ଫିଲ୍ମର ସୁଟିଂ ଚାଲିଥିଲା । ଫିଲ୍ମରେ ସଂଜୀବ କୁମାର , ସନି ଦେଓଲ, ରାଜୀବ କପୂର ,ଜୟା ପ୍ରଦା, ରତି ଅଗ୍ନିହୋତ୍ରୀ, ତନୁଜା ଏବଂ ଅମରୀଶ ପୁରି ମୁଖ୍ୟ ଭୂମିକାରେ ଥିଲେ । ଆମୀର ସେତେବେଳେ କ୍ୟାମେରା ପଛରେ ରହି ଡିଟେଲିଂ କରୁଥିଲେ । ସେଠାରେ ଉପସ୍ଥିତ କିଛି ଜଣ ନାସିରଙ୍କ ସମ୍ପର୍କୀୟ ବୋଲି ଜାଣିଥିଲେ ଏବଂ କିଛି ଜଣ ଜାଣି ନଥିଲେ । ଅମରୀଶ ପୁରି ସେମାନଙ୍କ ମଧ୍ୟରୁ ଜଣେ ଥିଲେ ।

ଅମରୀଶ ପୁରିଙ୍କ ପାଇଁ ଆମୀର ନୂଆ ଥିଲେ । ଆମୀର ନିଜ କାମକୁ ନେଇ ପରଫେକ୍ଟ । ଯେତେବେଳେ ନାସିର ସାହେବ ସୁଟ ପାଇଁ କହିଲେ ଆମୀର ଦେଖିଲେ ପୁରିଙ୍କ ହାତ ଆଗରୁ ଯେମିତି ଥିଲା କିଛି ବଦଳିଛି । ଆମୀର ଏହି କାରଣରୁ ତାଙ୍କୁ ରୋକିଥିଲେ । କିନ୍ତୁ ଅମରୀଶ ପୁରି ତାଙ୍କ କଥା ଶୁଣିନଥିଲେ ।

ଏହିକାରଣରୁ ଅମରୀଶ ପୁରି ରାଗି ଯାଇ ବହୁତ ଗାଳି କରିଥିଲେ । ଏହାପରେ ନାସିର ହୁସେନ ମଝିରେ ଆସି ଅମରୀଶ ପୁରିଙ୍କୁ ନେଇ ଯାଇଥିଲେ । ଅସଲରେ ଅମରୀଶଙ୍କ ଭୂଲ ଥିଲା ବୋଲି କହିଥିଲେ ନାସିର ହୁସେନ ଏବଂ ଆମୀର ଖାନ ତ ନିଜ କାମ କରୁଥିଲେ । ଏହାପରେ ଅମରୀଶ ପୁରି ତାଙ୍କୁ କ୍ଷମା ମାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More