Only for Entertainment

ଦିଲ୍ଲୀପ କୁମାରରୁ ଏ.ଆର.ରେହମାନର ଯାତ୍ରା ! ଜାଣନ୍ତୁ କାହିଁକି ଧର୍ମ ପରିବର୍ତ୍ତନ କରିଥିଲେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ବାଦଶାହା ?

you tube
24

ଆଜି ହେଉଛି ଇଣ୍ଡିଆନ କମ୍ପୋଜର ତଥା ଗାୟକ ଏ ଆର ରେହମାନଙ୍କ ଜନ୍ମଦିନ । ୫୦ ବର୍ଷ ବୟସରେ ପାଦ ଥାପିଛନ୍ତି ରେହମାନ । ବଲିଉଡର ଏହି ମ୍ୟୁଜିକ ବାଦଶାହା ୧୯୬୯ ମସିହାରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ । କ୍ୟାରିୟରର ଆରମ୍ଭରେ ସଂର୍ଘଷପୂର୍ଣ୍ଣ ସଫର ପୂରା କରିଥିଲେ ଏ ଆର ରେହମାନ । ପରେ ଗୋଟେ ପରେ ଗୋଟେ ସଫଳତାର ସେ ନିଜ ନାଁରେ କରିପାରିଛନ୍ତି । ଏଥିସହ ସଙ୍ଗୀତ ଦୁନିଆରେ ସେ ନିଜ ପାଇଁ ଅନ୍ୟନ୍ୟ ପରିଚୟ ସଷ୍ଟି କରିପାରିଛନ୍ତି ।

ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏ.ଆର୍.ରେହମାନ ବଡ଼ ହୋଇ ଇଞ୍ଜିନିୟର ହେବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଜଣେ କଣ୍ଠଶିଳ୍ପୀ ହେବାର ଲେଖା ଥିଲା । ଛୋଟବେଳୁ ହିଁ ସେ ସଙ୍ଗୀତ ପ୍ରତି ନିଜର ରୁଚି ଦେଖାଇବା ସହ ନିଜ ନାଁ କରିବା ଆରମ୍ଭ କରିଥିଲେ ।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଇସ୍ଲାମ ଧର୍ମ ଗ୍ରହଣ କରିବା ପୂର୍ବରୁ ତାଙ୍କ ନାମ ଦିଲୀପ୍ କୁମାର ଥିଲା । କିନ୍ତୁ ୨୩ବର୍ଷ ବୟସରେ ତାଙ୍କ ଭଉଣୀଙ୍କ ଦେହ ଖରାପ ହେବା ପରେ ପୂରା ପରିବାର ସହ ରେହମାନ୍ ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ଯାହା ପରେ ତାଙ୍କ ନାମ ଦିଲୀପ୍ କୁମାରରୁ ଏ.ଆର୍,ରେହମାନ ହୋଇ ଯାଇଥିଲା । ସବୁଠାରୁ ଆଶ୍ଚର‌୍ୟ୍ୟ କଲା ଭଳି କଥା ହେଲା ବଲିଉଡ୍ର ଦିଗ୍ଗଜ ଅଭିନେତା ଦିଲୀପ୍ କୁମାରଙ୍କ ପତ୍ନୀଙ୍କ ନାମ ସାୟରା ବାନୋ ହୋଇଥିବା ବେଳେ ରେହମାନ୍ ପତ୍ନୀଙ୍କ ନାମ ମଧ୍ୟ ସାୟରା ବାନୋ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More