Only for Entertainment

ସିପାହୀଙ୍କ ଉପରେ ବିଜେପି ନେତାଙ୍କ ଆକ୍ରମଣ,ଭିଡିଓ ହେଲା ଭାଇରାଲ ।

punjab kesari
0 39

ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଭାଜପା ପୁଣିଥରେ ପୋଲିସ ଥାନରେ ପ୍ରବେଶ କରି ସମସ୍ତଙ୍କ ସାମ୍ନାରେ ଗୁଣ୍ଡା ଗର୍ଦ୍ଦି କରିଛନ୍ତି । ଭାଜପାର ଜିଲ୍ଲା ମନ୍ତ୍ରୀ ଜ୍ୟୋତି ମିଶ୍ରା ସମସ୍ତଙ୍କ ସାମ୍ନାରେ ପ୍ରଥମେ ସିପାହୀଙ୍କୁ ଥାପଡ଼ ମାରିଲେ ଏବଂ ପୁଣି ଖୁବ ମାଡ଼ ମାରିଲେ । ତେବେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଏହି ସମସ୍ତ ଘଟଣା ବିଷୟରେ ଜଣାପଡ଼ିଲା ।
ସୂଚନା ଅନୁସାରେ ପୋଲିସ ଡିଫେନ୍ସ କଲୋନୀରେ କିଛି ଲୋକ ମଦ ପିଇ ଝଗଡ଼ା କରୁଥିଲେ । ଏହି ସମୟରେ କେହି ଜଣେ ପୋଲିସକୁ ଫୋନ କରି ଦେଇଥିଲା । ଏହାପରେ ପୋଲିସ ଦୁଇ ପକ୍ଷରୁ ଜଣ ଜଣ କରି ଥାନାକୁ ନେଇଥିଲେ ।

 

ସେହି ମଧ୍ୟରେ ଧର୍ମେନ୍ଦ୍ର ନାମକ ବ୍ୟକ୍ତି ଗମ୍ଭୀର ଭାବରେ ଆଘାତ ହୋଇଥିଲେ । ତତକ୍ଷଣାତ ଭାଜପାର ଜିଲ୍ଲା ମନ୍ତ୍ରୀ ଜ୍ୟୋତି ମିଶ୍ରା ସେଠାରେ ପହଂଚି ଯୁବକ ଦୀନେଶଙ୍କୁ ଛାଡ଼ିବା ପାଇଁ ଦାବି କଲେ । ପୋଲିସ ମନା କରିବାରୁ ଜ୍ୟୋତି ତାଙ୍କୁ ଥାପଡ଼ ମାରିଥିଲେ । ଏହାପରେ ପୋଲିସ ଜଣକ ମଧ୍ୟ ଜ୍ୟୋତିଙ୍କୁ ଥାପଡ଼ ମାରିଥିଲେ । ଜ୍ୟୋତିଙ୍କୁ ମାରିବା ମାତ୍ରେ ତାଙ୍କ ସହିତ ଆସିଥିବା ଅନ୍ୟ ନେତାମାନେ ପୋଲିସଙ୍କୁ ମାଡ଼ ମାରିଥିଲେ ।

ପୋଲିସଙ୍କ ବିରୁଦ୍ଧରେ ଜ୍ୟୋତି ମିଶ୍ରାଙ୍କ ତରଫରୁ ମାମଲା ରୁଜୁ କରାଗଲା । ଏହା ଉପରେ ଯାଂଚ ଚାଲୁଛି । ଧର୍ମେନ୍ଦ୍ରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଅବସ୍ଥା ଗୁରୁତର ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More