Only for Entertainment

ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠିବା ପରେ ଏକ ମାସ ପରେ ରିଲିଜ ହେଲା ସର୍ଟ ଫିଲ୍ମ, ନଜର ଆସିଲା କାଶ୍ମୀରର ପୂରା କାହାଣୀ

aajtak
30

ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠିବାର ପ୍ରାୟ ୧ ମାସରୁ ଅଧିକ ସମୟ ବିତିଗଲାଣି । ୫ ଅଗଷ୍ଟକୁ ଭାରତର ଗୃହମନ୍ତ୍ରୀ ଅମିତ ଶାହ ଯେତେବେଳେ ଧାରା ୩୭୦ ଧାରା ଉଠାଇବା ପାଇଁ ନିଷ୍ପତ୍ତି ନେଲେ ସେତେବେଳେ ଜମ୍ମୁ କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ୍ ପ୍ରଦେଶରେ ବାଂଟି ଦିଆଗଲା । ଲଦାଖ ଅଂଚଳକୁ କେନ୍ଦ୍ର ଶାସିତ କରି ଦିଆଗଲା, ଏଠାରେ ବିଧାନସଭା ରହିବ ନାହିଁ । ଅନ୍ୟ ପକ୍ଷରେ ଜମ୍ମୁ କାଶ୍ମୀର ମଧ୍ୟ କେନ୍ଦ୍ର ଶାସିତ ଅଂଚଳ ହୋଇଗଲା । କିନ୍ତୁ ଏଠାରେ ରାଜଧାନୀ ଦିଲ୍ଲୀ ଭଳି ବିଧାନସଭା ହେବ । ଏହି ନିୟମ ଲାଗୁ ହେବା ପରେ କାଶ୍ମୀରରେ ପରିସ୍ଥିତିକୁ ସାମାନ୍ୟ କରିବାକୁ ଚେଷ୍ଟା କରାଯାଉଛି ।


 

କାଶ୍ମୀରରୁ ୩୭୦ ଧାରା ଉଠିବାର ଏକ ମାସ ପରେ ବିଜେପି ତା’ ଟ୍ୱିଟର ହ୍ୟାଣ୍ଡେଲରେ ଏକ ସର୍ଟ ଫିଲ୍ମ ପୋଷ୍ଟ କରିଛନ୍ତି । ଯେଉଁଥିରେ କାଶ୍ମୀରର ଇତିହାସ ପ୍ରକାଶ ପାଇଛି । ଯେଉଁଥିରେ କ୍ୟାପ୍ସନରେ ଲେଖାଅଛିଯେ ଏକ ଐତିହାସିକ ଭୁଲ ପାଇଁ ୭୦ ବର୍ଷ ପର୍ଯ୍ୟନ୍ତ ଏଭଳି ଧାରା ଚାଲୁ ରହିଲା । ଲକ୍ଷ ଲକ୍ଷ ନାଗରିକ ନିଜ ଅଧିକାରରୁ ବଂଚିତ ହେଲେ, ଛୋଟ ପିଲାଙ୍କ ହାତରେ ପଥର ଧରାଇ ଦିଆଗଲା । ମୋଦି ସରକାରଙ୍କ ଦୃଢ ନିଷ୍ପତ୍ତିରେ ଏବେ ଭାରତରେ ଦୁଇଟଇ ବିଧାନ. ଦୁଇ ପ୍ରଧାନ ଏବଂ ଦୁଇ ନିଶାନ ଶେଷ ହୋଇ ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More