Only for Entertainment

ଜାମୁକୋଳିରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଜାଣନ୍ତୁ କେଉଁ ରୋଗରୁ ରକ୍ଷା କରେ ।

NaturalPedia
104

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପନିପରିବା ଏବଂ ଫଳମୂଳର ଉପକାରୀ ଗୁଣ ବିଷୟରେ ଆମେ ଆପଣଙ୍କୁ ଜଣାଇଥାଉ । ପ୍ରତ୍ୟେକର କିଛି ନା କିଛି ଉପକାରୀ ଗୁଣ ରହିଛି । ପରୋକ୍ଷ ହେଉ ବା ପ୍ରତ୍ୟେକ୍ଷ ଭାବରେ ଏହି ସମସ୍ତ ଖାଦ୍ୟ ଆମର ଉପକାରରେ ଆସିଥାଏ । ଯାହା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ତେବେ ଜାମୁକୋଳି ମଧ୍ୟ ସେହିଭଳି ଏକ ଫଳ । ଏହା ଏକ କୋଳି । ଏହା କେବଳ ଖରାଦିନେ ପ୍ରଚୁର ପରିମାଣରେ ମିଳେ । କିନ୍ତୁ କ’ଣ ଆପଣ ଜାଣନ୍ତିକି ଏହା ମଧ୍ୟ ଶରୀର ପାଇଁ ବେଶ ଉପକାରୀ ଏବଂ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି ।

 

ଜାମୁକୋଳି ଶରୀର ପାଇଁ ବହୁ ଉପକାରୀ। ଏଥିରୁ ମିଳୁଥିବା ମିନେରାଲ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ଏହାକୁ ଖାଇଲେ ରକ୍ତଚାପ, ମଧୁମେହ, ପେଟରୋଗ ପରି ଅନେକ ରୋଗ ଭଲ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପକାରୀ। ମୁଠାଏ ଜାମୁକୋଳିରେ ୭ ଗ୍ରାମ ଶର୍କରା ରହିଛି।

 

ଡାକ୍ତରଙ୍କ ମତ ଅନୁଯାୟୀ, ଜାମୁକୋଳି ଶରୀର ପାଇଁ ଯେତିକି ଲାଭଦାୟକ ତା’ର ମଞ୍ଜି ମଧ୍ୟ ସେତିକି ଲାଭଦାୟକ। ଜାମୁକୋଳିରେ ଭିଟାମିନ୍‌ ‘ଏ’ ଏବଂ ‘ସି’ ଭରି ରହିଛି। ଜାମୁକୋଳି ମଞ୍ଜି ଖାଇଲେ ପାଚନକ୍ରିୟା ଠିକ୍‌ ରଖିବା ସହ ନାନା ରୋଗ ନିୟନ୍ତ୍ରିତ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More