Only for Entertainment

ଭାରତର କଳା ଯାଦୁର ରାଜଧାନୀ, ଯେଉଁଠାରେ ମଣିଷକୁ ପଶୁ ରୂପରେ ପରିବର୍ତ୍ତନ କରାଯାଏ ।

steemit
0 65

କଳା ଯାଦୁ ନାଁ ସମସ୍ତେ ଶୁଣିଛନ୍ତି । କିନ୍ତୁ ଭାରତରେ ମଧ୍ୟ ଏଭଳି ଏକ ପ୍ରସିଦ୍ଧ ସ୍ଥାନ ରହିଛି ତାହା ଖୁବ କମ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ସେହି ମାୟାନଗରୀ ଗାଁ ବିଷୟରେ ।

ଆସାମର ମାୟୋଙ୍କ ଗାଁ ମଧ୍ୟ କଳାଯାଦୁ ପାଇଁ ବେଶ ପ୍ରସିଦ୍ଧ । ତେବେ ଏହି ଗାଁଟି ଗୌହାଟୀ ଠାରୁ ପ୍ରାୟ ୪୦ କିମି ଦୂରରେ ଅବସ୍ଥିତ । ଏହି ଗାଁରେ କଳାଯାଦୁର ପରମ୍ପରା ଦୀର୍ଘଦିନ ଧରି ଚାଲି ଆସୁଛି । ଏହାକୁ ଆଗକୁ ନେବା ପାଇଁ ଯୁବପିଢୀଙ୍କୁ ଶିକ୍ଷା ମଧ୍ୟ ଦିଆଯାଇଥାଏ ।

ମାୟୋଙ୍ଗ ସଂସ୍କୃତ ଶବ୍ଦ ମାୟାରୁ ଆସିଛି । ମାୟୋଙ୍ଗ ଠାରେ ବୁଢା ମାୟୋଙ୍ଗ ନାମକ ଏକ ସ୍ଥାନ ରହିଛି ଯାହାକୁ କଳାଯାଦୁର କେନ୍ଦ୍ର ବୋଲି କୁହାଯାଏ । ଏଠାରେ ଶିବ,ପାର୍ବତୀ ଏବଂ ଗଶେଶଙ୍କର ତାନ୍ତ୍ରିକ ପ୍ରତିମା ମଧ୍ୟ ରହିଛି । ଏଠାରେ ଶତାବ୍ଦୀ ଶତାବ୍ଦୀ ଧରି ନର ବଳି ଦିଆଯାଉଛି । ଏହି ସ୍ଥାନରେ ଏକ ଯୋନି କୁଣ୍ଡ ମଧ୍ୟ ରହିଛି ଯାହା ଉପରେ ବିଭିନ୍ନ ମନ୍ତ୍ର ମଧ୍ୟ ଲେଖାଯାଇଛି । ଲୋକକଥା ଅନୁଯାୟୀ ମନ୍ତ୍ର ଶକ୍ତି ଯୋଗୁଁ ଏହି କୁଣ୍ଡରେ ସର୍ବଦା ପାଣି ଭରି ରହିଥାଏ । ଏଠାକୁ ଆସି ଲୋକ ଉଭେଇଯିବା ଏବଂ ପଶୁ ରୂପରେ ବଦଳିଯିବାର କଥା ମଧ୍ୟ ଶୁଣିବାକୁ ମିଳିଛି । ସେଠାର ଲୋକମାନେ ଜଙ୍ଗଲୀ ପଶୁମାନଙ୍କୁ ଗୁଣି କରି ପୋଷା ମନାନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଥାଏ ।

ଲୋକଙ୍କ କହିବା ଅନୁସାରେ ସେମାନେ କେବଳ ମଙ୍ଗଳ କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରନ୍ତି । ଚୋର ଧରିବା ଏବଂ ରୋଗ ଠିକ କରିବା ପାଇଁ ଏହି ତନ୍ତ୍ର ବ୍ୟବହାର କରନ୍ତି ବୋଲି କୁହନ୍ତି ମାୟୋଙ୍ଗ ଅଧିବାସୀ । କେବଳ ସେତିକି ନୁହେଁ ଅନ୍ୟ ଉପରେ କଳାଯାଦୁ ପ୍ରୟୋଗ କରିବା ପାଇଁ ଏଠାରେ ଲୋକମାନଙ୍କର ସୁଅ ଛୁଟେ । ତେବେ ଏଠାରେ ବୌଦ୍ଧ ଏବଂ ହିନ୍ଦୁ ଉଭୟ ଧର୍ମାବଲମ୍ବୀ ଯଜ୍ଞ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More