Only for Entertainment

ପ୍ରତିଦିନ ଡାଏଟରେ ସାମିଲ କରନ୍ତୁ ନାଲି ଚା’

50

ଚା ପିଇବାକୁ ଅଧିକାଂଶ ପସନ୍ଦ କରନ୍ତି ଏବଂ କେହି କେହି ବିନା ଚା’ରେ ଦିନକୁ ବିତାଇବା କଥା ଭାବି ପାରନ୍ତି ନାହିଁ । କିନ୍ତୁ କ୍ଷୀର ଚା ତ ଆପଣ ପିଅନ୍ତି,ତେବେ ନାଲି ଚା କେତେ ଉପକାରୀ ତାହା ମଧ୍ୟ ଥରେ ଜାଣି ରଖନ୍ତୁ ।

 

ଜଣେ ବ୍ୟକ୍ତି ପ୍ରତିଦିନ ନାଲି ଚା ପିଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ପରିମାଣ ସନ୍ତୁଳିତ ରହିଥାଏ । ଏହା ସହ ନାଲି ଚା ପିଇଲେ ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହିଥାଏ । ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଡାଇବେଟିସ ଥିବା ବ୍ୟକ୍ତି, ନାଲି ଚା ସେବନ ଦ୍ୱାରା ଅନେକ ଲାଭ ପାଇପାରିବେ । ନାଲି ଚା ଡାଇବେଟିସକୁ ନିୟନ୍ତ୍ରିତ କରି ରଖିଥାଏ ।

ନାଲି ଚାରେ ଥିବା ପଲିଫେନଲ ଓ ଆଣ୍ଟିଅକ୍ସିଡେଣ୍ଟ ଟାଇପ ୨ ରହିଥାଏ । ତାହା ଶରୀରରେ ଡାଇବେଟିସ ସହ କ୍ୟାନ୍ସର ଭଳି ଘାତକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ନାଲି ଚାରେ ଫ୍ଲୋରାଇଡ଼ର ମାତ୍ରା ମଧ୍ୟ ରହିଥାଏ । ଏହା ଆମ ଶରୀରର ହାଡ଼ ଗୁଡ଼ିକୁ ମଧ୍ୟ ମଜବୁତ କରିଥାଏ । କିନ୍ତୁ ନାଲି ଚା ପିଇବାର ଏକ ବିଧି ରହିଛି । ନାଲି ଚାରେ ଚିନି ବହୁତ କମ ମାତ୍ରାରେ ପକାଇବେ କିମ୍ବା ସେଥିରେ ଅଳ୍ପ ମହୁ ପକାଇ ସେବନ କରିବେ । ସେଥିରେ ଅଦା ଓ ଗୋଲ ମରିଚ ପକାଇ ପିଇବା ଦ୍ୱାରା ମଧ୍ୟ ଶରୀର ପାଇଁ ହିତକାରକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More