Only for Entertainment

କୃଷ୍ଣସାର ମୃଗ ଶିକାର ମାମଲା : ସୋନାଲି ବେନ୍ଦ୍ରେ, ତବୁ ଓ ସୈଫ ଅଲ୍ଲୀ ଖାନଙ୍କୁ ରାଜସ୍ଥାନ ହାଇକୋର୍ଟର ନାଟିସ

news
19

ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ରାଜସ୍ଥାନ ହାଇକୋର୍ଟ ସୈଫ ଅଲ୍ଲୀ ଖାନ, ତବୁ ଓ ସୋନାଲି ବେନ୍ଦ୍ରେଙ୍କୁ ନୋଟିସ ଜାରି କରିଛି । ଏହି ମାମଲାରେ ହାଇକୋର୍ଟ ୮ ସପ୍ତାହର ସମୟ ମଧ୍ୟ ଦେଇଛି ।

ଗତ ବର୍ଷ କୃଷ୍ଣସାର ମୃଗ ଶିକାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସଲମାନ ଖାନଙ୍କୁ ୫ ବର୍ଷର ଜେଲ ଦଣ୍ଡ ଶୁଣାଯାଇଥିଲା । ଯେବେକି ଅଭିଯୁକ୍ତ ସୈଫ ଅଲ୍ଲୀ ଖାନ, ନୀଲମ, ତବୁ ଓ ସୋନାଲିଙ୍କୁ ସନ୍ଦେହ କରି ଖଲାସ କରିଦେଇଥିଲା । ରାଜ୍ୟ ସରକାର ସିଜେଏମ୍ ଗ୍ରାମୀଣର ଏହି ଫଇସଲାକୁ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ । ଏହା ଉପରେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ ଜାରି କରିଥିଲେ ।

ସୂଚନାଯୋଗ୍ୟ, ବର୍ଷ ୧୯୯୮ରେ ଫିଲ୍ମ ‘ହମ ସାଥ ସାଥ ହୈ’ ର ଶୁଟିଂ ସମୟରେ ଯୋଧପୁର ସହର ନିକଟସ୍ଥ କାକାଣୀ ଗାଁର ସୀମାରେ ଦୁଇଟି କୃଷ୍ଣସାର ମୃଗ ଶିକାର ମାମଲା ସଲମାନ ଖାନଙ୍କ ବିରୁଦ୍ଧରେ ରୁଜୁ ହୋଇଥିଲା । ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ ୫ ଏପ୍ରିଲ ୨୦୧୮ରେ ସିଜେଏମ୍ ଗ୍ରାମୀଣ କୋର୍ଟ ଏହା ଉପରେ ଶୁଣାଣି କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More