Only for Entertainment

ଆଗାମୀ ବଲିଉଡ୍ ଆକ୍ସନ୍ – ଥ୍ରୀଲର୍ ଫିଲ୍ମ ‘ବ୍ଲାଙ୍କ’ ପ୍ରଥମ ଗୀତ ‘ୱାର୍ଣ୍ଣିଂ ନହିଁ ଦୁଙ୍ଗା’ ରିଲିଜ୍ !

27

ପୁଣିଥରେ ନିଜ ଦମଦାର୍ ଆକ୍ସନ୍ ଇମେଜ୍ ସହ ପରଦାକୁ ଫେରିବାକୁ ଯାଉଛନ୍ତି ବଲିଉଡ୍ ଷ୍ଟାର୍ ସନ୍ନି ଦେଓଲ୍ । ଯାହା ଦେଖିବାକୁ ମିଳିବ ଆଗାମୀ ବଲିଉଡ୍ ଆକ୍ସନ୍ – ଥ୍ରୀଲର୍ ଫିଲ୍ମ ‘ବ୍ଲାଙ୍କ’ରେ । ଫିଲ୍ମର ପ୍ରଥମ ଗୀତ ଏବେ ରିଲିଜ୍ ହୋଇଛି । ସିନେମାରେ ଆଂଟି ଟେରୋରିଷ୍ଟ ଟିମର ଜଣେ ଅଫିସର୍ ଭୂମିକାରେ ନଜର ଆସିବେ ସନ୍ନି ଦେଓଲ୍ ।

ବଲିଉଡ୍ ଆକ୍ସନ୍ ଷ୍ଟାର୍ ସନ୍ନି ଦେଓଲ୍ ଜବରଦସ୍ତ କମବ୍ୟାକ୍ କରିବାକୁ ଯାଉଛନ୍ତି ଆଗାମୀ ଚଳଚ୍ଚିତ୍ର ‘ବ୍ଲାଙ୍କ’ ଜରିଆରେ । ଏହି ସିନେମାର ପ୍ରଥମ ଗୀତ ‘ୱାର୍ଣ୍ଣିଂ ନହିଁ ଦୁଙ୍ଗା’ ରିଲିଜ୍ ହୋଇଛି । ଏକ ର‌୍ୟାପ୍ ସଙ୍ଗ ହୋଇଛି ଏହି ଗୀତଟି । ରାଘବ୍ ସାଚରଙ୍କ ମ୍ୟୁଜିକରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଅମିତ୍ ମିଶ୍ରା । ଗୀତରେ ର‌୍ୟାପ୍ କରିଛନ୍ତି ଏନ୍ବି । ଆଉ ଏହି ଗୀତର ଲିରିକ୍ସ ଦେଇଛନ୍ତି କୁମାର୍ ।

ଏହି ଫିଲ୍ମ ଜରିଆରେ ବହୁ ଦିନ ପରେ ବଡ ପରଦାକୁ ଫେରିଛନ୍ତି ଆକ୍ସନ୍ ଷ୍ଟାର୍ ସନ୍ନି ଦେଓଲ୍ । ଏହି ସିନେମାରେ ଆଂଟି ଟେରୋରିଷ୍ଟ ଡିପାର୍ଟମେଂଟର ଜଣେ ଅଫିସର୍ ଭାବେ ନଜର ଆସିବେ ଏହି ଘାୟଲ୍ ଷ୍ଟାର୍ । କିଭଳି ଆତଙ୍କବାଦି ସଙ୍ଗଠନ ଆଜିର ଯୁବ ପିଢୀଙ୍କୁ ତାଲିମ୍ ଦେଇ ସେମାନଙ୍କୁ ଆତ୍ମଘାତି ଆକ୍ରମଣ ପାଇଁ ତୈୟାର୍ କରୁଛନ୍ତି ତାହା ଦେଖିବାକୁ ମିଳିବ ଏହି ସିନେମାରେ । ଏହି ସିନେମାରେ ପୋଲିସ୍ ଓ ଟେରୋରିଷ୍ଟଙ୍କ ଜବରଦସ୍ତ ଟକ୍କର୍ ଦେଖିବାକୁ ମିଳିବ । ଫିଲ୍ମରେ ସନ୍ନି ଦେଓଲଙ୍କ ସମେତ ଇଶିତା ଦତା, କରନ କପାଡିଆ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବେହଜାଦ୍ ଖମ୍ବତା । ମେ ୩ ରେ ପରଦାକୁ ଆସିବ ଚଳଚ୍ଚିତ୍ର ବ୍ଲାଙ୍କ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More