Only for Entertainment

‘ଗ୍ରୀନ୍’ ଟି, ‘ବ୍ଲାକ୍’ ଟି ପରେ ଏବେ ମାର୍କେଟକୁ ଆସିଲା ‘ବ୍ଲୁ’ ଟି : କ୍ୟାନସର ସୃଷ୍ଟି କରୁଥିବା କୋଷକୁ କରେ ନଷ୍ଟ

Eco Addiction
0 68

କାହାକୁ ବା ଚା’ ପସନ୍ଦ ନୁହେଁ । ଦିନସାରା ଥକିଯିବା ପରେ କ୍ଷୀର, ଚିନିରେ ତିଆରି କଡା ଚା’ ମିଳିଗଲେ ମନ ଖୁସି ହୋଇଯାଏ । କିନ୍ତୁ ଆଜିକାଲି ଡାଏଟିସିଆନ୍ ଭଲ ସ୍ୱାସ୍ଥ୍ୟ ପାଇଁ ଗ୍ରୀନ୍ ଓ ବ୍ଲାକ୍ ଟି ର ମତାମତ ଦିଅନ୍ତି । ଔଷଧ ଭଳି ଦେଖାଯାଉଥିବା ଏହି ଚା’ କାହାକୁ ପସନ୍ଦ ଆସେନି । କିନ୍ତୁ ଭଲ ସ୍ୱାସ୍ଥ୍ର୍ୟ ପାଇଁ ବାଧ୍ୟ ହୋଇ ପିଇବାକୁ ପଡେ । ଆପଣଙ୍କୁ ଜଣାଇଦେଉଛୁ ଯେ, ମାର୍କେଟରେ ଗ୍ରୀନ୍ ଓ ବ୍ଳାକ୍ ଟିର ନୂଆ ପ୍ରତିଯୋଗୀ ଆସିଯାଇଛି, ଯାହାର ନାମ ବ୍ଲୁ ଟି । ଦେଖିବାରେ ବହୁତ ଆକର୍ଷକ ଲାଗୁଥିବା ଏହି ଚା’ କେବଳ ସ୍ୱାଦିଷ୍ଟ ହିଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବି ହିତକର ଅଟେ । ଏହି ବ୍ଳୁ ଟି କ’ଣ ? କେମିତି ତିଆରି ହୁଏ ? ଏହାର ଫାଇଦା କ’ଣ ?

କେମିତି ତିଆରି ହୁଏ ବ୍ଲୁ ଟି : ବ୍ଲୁ ଟି ଅପରାଜିତା ଫୁଲରୁ ତିଆରି ହୁଏ । ଅପରାଜିତା ଫୁଲ ଦେଖିବାକୁ ବହୁତ ସୁନ୍ଦର । ଏହା ସହିତ ବହୁତ ଲାଭଦାୟକ । ଏହାର ସେବନ ଦ୍ୱାରା ମାଇଣ୍ଡ ଓ ମୁଡ୍ ଦୁଇଟା ଯାକ ଫ୍ରେଶ ରହେ ।

ତିଆରି କରିବା ବିଧି : ଗୋଟିଏ ପ୍ୟାନରେ ପାଣି ଗରମ କରି ସେଥିରେ ଗୋଟିଏ, ଚାମଚ ଚିନି ଓ ଗୋଟିଏ ଅପରାଜିତା ଫୁଲ ପକାନ୍ତୁ । କିଛି ସମୟ ପାଇଁ ଫୁଟିବା ପରେ ତାହାର ରଙ୍ଗ ନୀଳ ହୋଇଯିବ । ପୁଣି ଏହାକୁ କପ୍ ରେ ଛାଣି ନିଅନ୍ତୁ । ତା’ପରେ ଆପଣଙ୍କ ବ୍ଲୁ ଟି ପ୍ରସ୍ତୁତ ।

ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର: ନୀଳ ଚା’ରେ ବିପୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍ ଥାଏ। ଏହି ଶକ୍ତିଶାଳୀ ଜୈବ ଉପାଦାନ ଶରୀରକୁ ସମୟ ପୂର୍ବରୁ ବୁଢ଼ା କରାଇ ଦେଉଥିବା ବିଷାକ୍ତ ପଦାର୍ଥ ସବୁକୁ କାଢ଼ି ଦିଏ। ତେଣୁ ନୀଳ ଅପରାଜିତା ଚା’ ପିଇ ଶରୀରକୁ ବିଷମୁକ୍ତ କରିବା ଉଚିତ।

ଚର୍ମ ଓ କେଶ ପାଇଁ ଅମୃତ: କପେ ନୀଳ ଅପରାଜିତା ଚା’ରେ ପୂରି ରହିଛି କେଶ ଓ ଚର୍ମ ପାଇଁ ଆବଶ୍ୟକ ଆଣ୍ଟିଅକ୍ସିଡାଣ୍ଟ୍। ତା’ଛଡ଼ା ଏଥିରେ ଥିବା ଅନେକ ଭିଟାମିନ୍ ଓ ଖନିଜ ଲବଣ ତ୍ୱଚା ଓ କେଶକୁ ଉଜ୍ଜ୍ୱଳ କରି ରଖେ। ଫଳରେ ଅକାଳ ବାର୍ଦ୍ଧକ୍ୟ ଆସେ ନାହିଁ।

ମସ୍ତିଷ୍କ ସକ୍ରିୟ ପାଇଁ ଶକ୍ତି: ବ୍ଲୁ ଟି ର ନିୟମିତ ସେବନ କେବଳ ଶରୀରକୁ ନୁହେଁ ମସ୍ତିଷ୍କକୁ ବି ତାଜା ରଖେ । ଏହା ସହିତ ଅବସାଦରୁ ମୁକ୍ତି ଦିଏ । ଫଳରେ ଦେହ ଓ ମନ ଚଳଚଞ୍ଚଳ ତଥା ଫୂର୍ତ୍ତି ରହେ।

କର୍କଟ ରୋଗ ଆଶଙ୍କା କମାଇ ଦିଏ: ଅପରାଜିତା ଫୁଲରେ ଆଣ୍ଟି ଅକ୍ସିଡାଣ୍ଟ ପାଇବାକୁ ମିଳେ । ଯାହା କ୍ୟାନସର ସୃଷ୍ଟି କରୁଥିବା କୋଷକୁ ନଷ୍ଟ କରିଦିଏ । ଏହି ପ୍ରକାରରେ ବ୍ଲୁ ଟି କ୍ୟାନସରରୁ ବି ଶରୀରକୁ ରକ୍ଷା କରିପାରେ ।

ଡାଇବେଟିସ୍ କୁ ନିୟନ୍ତ୍ରଣ କରେ : ଏଥିରେ କିଛି ବିଶେଷ ଗୁଣ ଥାଏ, ଯାହା ଶରୀରରେ ଥିବା ଗ୍ଳୁକୋଜ ସ୍ତରକୁ ନିୟନ୍ତ୍ରଣ ରଖିବାର କ୍ଷମତା ରଖେ । ଏହି ଗୁଣ ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ।

ଗର୍ଭବତୀ ମହିଳାଙ୍କୁ ପିଇବା ମନା : କୈାଣସି ବି ଜିନିଷ ଶରୀର ପାଇଁ ଅତି କ୍ଷତିକାରକ । ସେଥିପାଇଁ ବ୍ଲୁ ଟି ର ସେବନ ମଧ୍ୟ ଅଧିକ କରିବା ଉଚିତ୍ ନୁହେଁ । ଏହା ବ୍ୟତୀତ ଗର୍ଭବତୀ ମହିଳାଙ୍କ ପାଇଁ ଓ ଯେଉଁ ମହିଳାମାନେ ସ୍ତନ୍ୟପାନ କରାଉଛନ୍ତି ସେମାନଙ୍କ ପାଇଁ ମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More