Only for Entertainment

ନୂଆ ବିବାଦରେ ଦେଶୀଗର୍ଲ ପ୍ରିୟଙ୍କା, ବେଆଇନ୍ କନଷ୍ଟ୍ରକସନ୍ କାମ ପାଇଁ ବିଏମସି ପଠାଇଲା ନୋଟିସ ।

Us Weekly
0 44

ନିକ୍ ଜୋନସଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଆଜି କାଲି ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପବ୍ଲିକରେ ବି ଖୁଲମଖୁଲା ନିକ୍ ସହ ହାତରେ ହାତ ଧରି ବୁଲିବାରେ ନଜର ଆସିଛନ୍ତି ଏହି ବଲିଉଡ୍ ସୁନ୍ଦରୀ । ହେଲେ ଏସବୁକୁ ବାଦ୍ ଦେଲେ ଏବେ ଦେଶୀଗର୍ଲ ଫସିଯାଇଛନ୍ତି ଏକ ନୂଆ ବିବାଦରେ ।

ଖବର ଅନୁସାରେ ବେଆଇନ୍ କନଷ୍ଟ୍ରକସନ୍ କାମ ପାଇଁ ମୁମ୍ବାଇ ମହାନଗର ପାଳିକା, ବିଏମସି, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି କରିଛନ୍ତି । ମୁମ୍ବାଇ ଓସିବାଡାରେ ଥିବା ଏକ କମର୍ସିଆଲ୍ କମ୍ପଲେକ୍ସ ଏକ ବେଆଇନ୍ କନଷ୍ଟ୍ରକସନ୍ ପାଇଁ ପ୍ରିୟଙ୍କାଙ୍କୁ ଏହି ନୋଟିସ୍ ଫଠାଇଛି ବିଏମସି ।

ଶୁଣିବାକୁ ମିଳିଛି ପ୍ରିୟଙ୍କା ଏହି କମ୍ପଲେକ୍ସର ଓନର୍ ଏବଂ ସେ ଏହାକୁ ଭଡାରେ ଦେଇଛନ୍ତି । ବିଏମସି ଛାନବିନ୍ କରି ଜାଣିବାକୁ ପାଇଛି ଯେ, ଏହି ବିଲ୍ଡିଂଟି ବେଆଇନ୍ ଭାବେ ପ୍ରସ୍ତୁତ କରାଯାଇଛି । ତେବେ ଏହି ବିଲ୍ଡିଂକୁ ନେଇ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିରୋଧରେ ବିଏମସିରେ ୫ଟି ଅଭିଯୋଗ ଦାୟର ହୋଇଥିଲା । ଯାହା ପରେ ସଠିକ୍ ବୋଲି ବିଏମସି ଜାଣିବାକୁ ପାଇଛି । ତେବେ ପ୍ରିୟଙ୍କାଙ୍କ ପରିବାର ଏହି ବିଲ୍ଡିଂକୁ ଅଫିସିଆଲ୍ କାମରେ ବ୍ୟବହାର କରନ୍ତି । ୧ ମାସ ନୋଟିସ୍ ଭିତରେ ଏହି ବିଲ୍ଡିଂରେ ଚାଲିଥିବା ବେଆଇନ୍ କନଷ୍ଟ୍ରକସନ୍ କାମ ବନ୍ଦ ନକରାଗଲେ ଏହାକୁ ଭାଙ୍ଗିଦିଆଯିବ ବୋଲି ବିଏମସି ଚେତାବନୀ ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More